ଭୁବନେଶ୍ୱର : ଓମଫେଡ୍ ଷ୍ଟଲରେ ପାନ ଗୁଟଖା ବିକ୍ରି କଲେ ବିଏମସି ନେବ ଆକ୍ସନ। ବିଏମସିର ଓମଫେଡ୍ ଷ୍ଟଲଙ୍କୁ ଚେତାବନୀ ଦେଇଛନ୍ତି ବିଏମସି କମିଶନର । ଏହି ଦୋକାନରେ ପାନ ଗୁଟଖା ବିକ୍ରି ପାଇଁ ବାରଣ କରଯାଇଛି। ଓମିଫେଡ ଯେଉଁ ଦୋକାନ ଗୁଡ଼ିକ ଅଛି ସେହି ଉଦ୍ଦେଶ୍ୟରେ କାମ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଦୋକାନୀ ନିଜ ୫ ମିଟର ଏରିଆକୁ ନିଜେ ସଫା ରହିବେ। ଶୁଖିଲା ଓ ଓଦା ଅଳିଆ ଅଲଗା ନ ରଖିଲେ ୫ ହଜାର ଜୋରିମାନା ଦେବାକୁ ପଡିବ। ନିୟମ ନମାନିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚେତାବନୀ ଦେଇଛନ୍ତି ବିଏମ୍ସି କମିଶନର ବିଜୟ ଅମୃତ୍ କୁଲାଙ୍ଗେ।