କରୋନାକୁ ନେଇ BMCର ମକଡ୍ରିଲ

କୋଭିଡ ନିୟନ୍ତ୍ରଣକୁ ନେଇ, ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟଣ୍ଟ

0

ଭୁବନେଶ୍ୱର: କରେନାର ବଢୁଥିବାର ଦେଖି ଗତ କାଲିଠାରୁ ଦେଶରେ ଚାଲିଛି ଦୁଇ ଦିନିଆ ମକଡ୍ରିଲ । ସଂକ୍ରମଣ ରୋକିବା ଲାଗି ହେଉଛି ବ୍ଲୁ ପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ, ମେଡିକାଲ ଷ୍ଟାଫ, ମେଡିସିନ ଆଦି ପ୍ରସ୍ତୁତ ରହିଛି କି ନାହିଁ ତାହାର ଯାଞ୍ଚ କରାଯାଇଛି ।
ସରକାରଙ୍କ ନିର୍ଦ୍ଦେଶ ପରେ କୋଭିଡ ସ୍ଥିତିକୁ ନେଇ ବିଏମସିରେ ଜରୁରୀ ବୈଠକ ଡାକିଛି। ଆଜି ସବୁ ହସ୍ପିଟାଲରେ ମକଡ୍ରିଲ କରାଯାଇଛି। କୋଭିଡ ରୋଗୀ ଟିଏ ଆସିଲେ ତାକୁ କିଭଳି ବେଡକୁ ନିଆଯିବ, କିଭଳି ଚିକିତ୍ସା କରାଯିବ, କେମିତି ଅନ୍ୟମାନେ ସୁରକ୍ଷିତ ରହିବା ସହ ଚିକିତ୍ସା ଯୋଗାଇଦେବେ ସେନେଇ ଆଲୋଚନା କରାଯାଇଛି। ଆମର ସଂଖ୍ୟା କମ ଅଛି। ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତେ କୋଭିଡ ନିୟମ ମାନି ଚାଲନ୍ତୁ। ସତର୍କ ରୁହନ୍ତୁ, ସଚେତନ ରହିବାକୁ ବିଏମସି କମିଶନ ବିଜୟ ଅମୃତ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି।
ସେହପରି କଟକ ଏସସିବି ମେଡିକାଲ କଲେଜରେ ଖୋଲାଯାଇଛି ସ୍ବତନ୍ତ୍ର ଓ୍ବାର୍ଡ। ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଛି କୋଭିଡ ହସ୍ପିଟାଲ । ୨୦ଟି ବେଡ ଓ ୨ଟି ଆଇସିୟୁ ରଖାଯାଇଛି ପ୍ରସ୍ତୁତ । ଭିଡିଆରଏଲ ସଂଖ୍ୟା ଦେଢ଼ ହଜାରକୁ ବୃଦ୍ଧି କରାଯାଇଛି । ପର୍ୟ୍ୟାପ୍ତ ମେଡିସିନ ବି ମହଜୁଦ ରଖାଯାଇଛି