କଣିହାଁ/ ଜ୍ୟୋତିରଞ୍ଜନ ଧାର : କଣିହାଁ ଓସିପି ବିଏମ୍ଏସ୍ କର୍ମଚାରୀ ସଂଘ ପକ୍ଷରୁ ପ୍ରକଳ୍ପ ଅଫିସ୍ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଉଛି । ଏହି ସଭାରେ ସଂଘ ସଭାପତି ଅଭୟ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ କର୍ମଚାରୀ ସଂଘ ନିର୍ବାଚନ ପରିପ୍ରେକ୍ଷୀରେ ଗତ ଗୁରୁବାର ଓ ଶନିବାର କର୍ମଚାରୀ ସଦସ୍ୟତା ଯାଞ୍ଚ କରାଯାଇଥିଲା । ଦୁଇଟି ୟୁନିୟନ୍ ରେ ୯୧ଶ୍ରମିକ ଯୁଗ୍ମ ଭାବରେ ଥିବା ନେଇ ପ୍ରକଳ୍ପ କାମିକ ଅଧିକାରୀ ଗତ୭ ଅଗଷ୍ଟରେ ପ୍ରକାଶ କରିଥିଲେ । କିନ୍ତୁ ନିର୍ବାଚନ ଦିନ ଯୁଗ୍ମ ତାଲିକାରେ ନାମ ନଥିବା କର୍ମଚାରୀଙ୍କ ଭୋଟିରେ ପ୍ରିଜାଇଡିଂଗ ଅଧିକାରୀ ଅମିତ ମହାନ୍ତି ସୁଯୋଗ ଦେଇଥିଲେ । ଏହାକୁ ବିରୋଧ କରି ବିଏସ୍ଏସ୍ ପକ୍ଷରୁ କଣିହାଁ ଓସିପି ପ୍ରକଳ୍ପ ଅଧିକାରୀ ଓ ଖଣି ମହାପ୍ରବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ ପ୍ରକାଶ କରିଥିଲେ । ପ୍ରିଜାଇଡିଂର ଅଧିକାରୀ ଶ୍ରୀ ମହାନ୍ତି ଉଦ୍ଦେଶ୍ୟ ମୂଳକ ଭାବରେ ନିର୍ଦ୍ଦିଷ୍ଟ ଏକ ସଂଗଠନକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ପରିତାପର ବିଷୟ ଏବଂ ଏଭଳି ପକ୍ଷପାତିତା କୁ ଆମେ ନିନ୍ଦା କରିଛି ବୋଲି ବିଏମ୍ଏସ୍ ସମ୍ପାଦକ ଚିନ୍ମୟ ପ୍ରଧାନ କହିଥିଲେ । ଅନ୍ୟପକ୍ଷରେ ବିଏମ୍ଏସ୍ ସଂଘର ଏକକ ସଦସ୍ୟତା କର୍ମଚାରୀର ନାମକ କିଭଳି ଚଞ୍ଚକତା କରି ଅନ୍ୟ ସଂଘଠନ ର ଏକକ ସଦସ୍ୟତା ତାଲିକାର ୧ନଂ କ୍ରମାଙ୍କ କୁମାକରେ ସ୍ଥାନ ପାଇବା, ଚାରି ଦିନ ପୂର୍ବରୁ ଫଳାଫଳ ଘୋଷଣା ନକରିବା ପ୍ରିଜାଇଡିଙ୍ଗ ଅଧିକାରୀଙ୍କ କାର୍ଯ୍ୟକଳାପ ସନ୍ଦେହ ଜନକ ବୋଲି ବିଏମ୍ଏସ୍ ପକ୍ଷରୁ ଅଭିଯୋଗ ହୋଇଛି । ନିରପେକ୍ଷ ଭାବରେ ଫଳାଫଳ ଘୋଷଣା ନକଲେ ଆଗାମୀ ୧୮ତାରିଖ ଠାରୁ ପ୍ରକଳ୍ପ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ଶ୍ରୀ ମହାନ୍ତିଙ୍କୁ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିଲା ନାହିଁ । ସଂଘ ସମ୍ପାଦିକା ସଂଘମିତ୍ରା ପ୍ରଧାନ, କାର୍ଯ୍ୟକାରୀ ସଭାପତି ଜିତେଶ୍ କୁମାର ଧର, ଯୁଗ୍ମ ସମ୍ପାଦକ ରମେଶ ସାମଲ, ଗୌତମ ବେହେରା, ଜଗନ୍ନାଥ ପ୍ରସାଦ ସାହୁ, ମାନସ ସାହୁ, ସଂଯୁକ୍ତା ବେହେରା, ସୁଜାତା ସାହୁ ପ୍ରମୁଖ ସାମିଲ ଥିଲେ ।