ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଆଜି ଭଦ୍ରକରେ ଡଙ୍ଗା ବୁଡି ଜଣେ ନିଖୋଜ । ମାଛ ଧରିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ଏନେଇ ଅନ୍ୟ ନିଖୋଜଙ୍କୁ ଖୋଜା ଚାଲିଛି । ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଥିବା ଚୁଡାମଣି ଘାଟରୁ ସମୁଦ୍ରକୁ ଆଜି ୪ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ । ଅଧା ପାଣିରେ କୌଣସି କାରଣରୁ ମା ବିଲବାସୁଳି ଡଙ୍ଗାଟି ବୁଡିବାକୁ ଲାଗିଲା । ଫଳରେ ୪ ଜଣଙ୍କ ମଧ୍ୟରୁ ୩ ଜଣ ପହଁରିକି କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ଅଛନ୍ତି । ସ୍ଥଳଭାଗ ଅଳ୍ପ ବାଟ ଥିବାରୁ ସେମାନେ ପହଁରି ଆସିଥିଲେ । ଅନ୍ୟପଟେ ଓଡ୍ରାଫ ଟିମ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।