ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଆଜି ଦିନରେ ଗୋଦାବରୀ ନଦୀରେ ଏକ ଟୁରିଷ୍ଟ ଡଙ୍ଗା ବୁଡି ଯାଇଛି । ଏହି ଡଙ୍ଗାରେ ପ୍ରାୟ ୬୧ ଜଣ ଯାତ୍ରୀ ଥିଲେ । ପ୍ରକାଶ ଯେ, ବୋଟରେ ମୋଟ ଥିବା ୬୧ ଜଣଙ୍କ ମଧ୍ୟରୁ ୫୦ ଜଣ ଯାତ୍ରୀ ଥିବା ବେଳେ ୧୧ଜଣ କ୍ରିୟୁ ମେମ୍ବର ଥିବା ଜଣାପଡିଛି । ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୬୧ ଜଣ ଯାତ୍ରୀଙ୍କୁ ନେଇ ଗଲା ବେଳେ ମଝିରେ ହଠାତ ବୁଡି ଯାଇଥିଲା । ଏପର୍ଯ୍ୟନ୍ତ ୧୦ ରୁ ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାର୍ଯ୍ୟ ପାଇଁ ନ୍ୟାସନାଲ ଡିଜାଷ୍ଟର ନ୍ୟାସନାଲ ଫୋର୍ସ (ଏନଡିଆରଏଫ)ର ଦୁଇଟି ଟିମ ଓ ଏସଡିଆରଏଫ ଟିମକୁ ନିୟୋଜିତ କରାଯାଇଛି । ‘ ରୟାଲ ବିଶିଷ୍ଟ ଟୁରିଷ୍ଟ ବୋଟ ‘ରେ ଯାତ୍ରୀମାନେ ଗାନ୍ଧୀ ପୋଚମା ମନ୍ଦିରରୁ ପାପୀ କୋନ୍ଦାଲୁକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।