ଅଦ୍ଭୁତ ସଉକ : ଅଧିକ ଶୁଣିବା ପାଇଁ କାନକୁ ଭିନ୍ନ ଢ଼ଙ୍ଗରେ କାଟିଲେ
ସଉକ ହୁଏତ ମନୁଷ୍ୟ ଜୀବନର ଏକ ଅଜବ ଅଭ୍ୟାସ । ମଣିଷ ଯେତେବେଳେ ଯାହା ସଉକ କରିଥାଏ ତାହା ନ କରିବା ଯାଏ ସେ ଶାନ୍ତିରେ ରହି ପାରେନା।
(ଦିଲ୍ଲୀ) : ସଉକ ହୁଏତ ମନୁଷ୍ୟ ଜୀବନର ଏକ ଅଜବ ଅଭ୍ୟାସ । ମଣିଷ ଯେତେବେଳେ ଯାହା ସଉକ କରିଥାଏ ତାହା ନ କରିବା ଯାଏ ସେ ଶାନ୍ତିରେ ରହି ପାରେନା। ଅଷ୍ଟ୍ରେଲିଆର ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ନିଜର ଶୁଣିବା କ୍ଷମତାକୁ ବଢ଼ାଇବା ପାଇଁ ନିଜର କାନକୁ ଏକ ଭିନ୍ନ ଢ଼ଙ୍ଗରେ କାଟିଛନ୍ତି। ଅନ୍ୟମାନଙ୍କ ଠାରୁ ଭିନ୍ନ ଦେଖାଯିବା ପାଇଁ ଆଜିକାଲି ବଡ଼ି ମୋଡିଫିକେସନ୍ ଏକ ଟ୍ରେଣ୍ଡ୍ ହୋଇଗଲାଣି।
ସୂଚନାନୁଯାୟୀ , ଏହି ଟ୍ରେଣ୍ଡ୍ ଭିତରେ ଆମେରିକାର ଜଣେ ବ୍ୟକ୍ତି ଚାର୍ଲ୍ସ ବେଟଲେ ନିଜର ଦୁଇ କାନକୁ ବାହାର ଆଡ଼ୁ କାଟି ଦେଇଛନ୍ତି। ଯାହାର ଫଟୋ ସୋସିଆଲ ମିଡ଼ିଆାରେ ଭାଇରାଲ ହେଉଛି। ଫେସବୁକ୍ ପୋଷ୍ଟରେ ଏବେ ପର୍ଯ୍ୟନ୍ତ ୧୬ହଜାରରୁ ଉର୍ଧ୍ବ କମେଣ୍ଟ ଓ ୧୭ହଜାରରୁ ଅଧିକ ଥର ସେୟାର କରାଯାଇଛି। ସ୍ବେଡେନ ସ୍ଥିତ ବଡ଼ି ମୋଡ଼ିଫିକେସନ୍ ଆର୍ଟିଷ୍ଟ ଚାଇ ମାଇବର୍ଟରେ ଚାର୍ଲ୍ସଙ୍କ ପାଖରେ କାନ ଅପରେସନ୍ କରାଯାଇଛି। ଏହି ଅଫପରସେନ୍ ଦୁନିଆଁର ସବୁଠୁ ବିପଦମୂର୍ଣ୍ଣ ବୋଲି କୁହାଯାଏ। କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ଅପରସେନ୍ କରିଛନ୍ତି। ବଡ଼ି ମୋଡ଼ିଫିକେସନ୍ ଆର୍ଟିଷ୍ଟ ଚାଇ ମାଇବର୍ଟ ଇନଷ୍ଟାଗ୍ରାମରେ କହିଛନ୍ତି କି, ଚାର୍ଲ୍ସ ବେଟଲେଙ୍କ କାନରେ କଞ୍ଚ ରିମୁବଲ ଅପରେସନ୍ କରିଛନ୍ତି।