ବ୍ଲକ ସ୍ତରୀୟ ବିଜେଡ଼ି ମହିଳା ସମାବେଶ

0

(ସୁରେଶ ସାମନ୍ତରାୟ) : ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ଜନସାଧାରଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳର ବୋଲଗଡ଼ ବ୍ଲକ ସ୍ତୀରୟ ମହିଳା ସମାବେଶ ଅନୁଷ୍ଠିତ ହୋଯାଇଛି । ଆଜି ସ୍ଥାନୀୟ ନନ୍ଦିଘୋଷ ଭବନ ଠାରେ ଅନୁଷ୍ଠିତ ଏହି ସମାବେଶକୁ ବ୍ଲକ ମହିଳା ସଭାନେତ୍ରୀ ଶୈଳବାଳା ବାହିନୀ ପତି ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ରୂପେ ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଜ୍ଞଦ୍ଦେବ ଯୋଗଦେଇ ରାଜ୍ୟ ସରକାର ମହିଳାଙ୍କ ଉନ୍ନତି ପାଇଁ ହୋଇଥିବା ଯୋଜନା ବିଷୟରେ କହିଥିଲେ । ବିଜୁ ଜନତା ଦଳକୂୁ ଅଞ୍ଚଳରେ ମଜଭୁତ କରିବା ପାଇଁ ସଂକଳ୍ପ ନେଇଥିଲେ । ଏହି ସମାବେଶରେ ବ୍ଲକ ଅଧ୍ୟକ୍ଷା ଗୋପାଳ ଚରଣ ବେହେରା, ଜିଲ୍ଲାପରିଷଦ ସଭ୍ୟ ଅଶ୍ୱିନ କୁମାର ପଟ୍ଟନାୟକ, ତିଳୋତମା ସୁବୁଦ୍ଧି, ସମିତି ସଭ୍ୟ ବୀର କିଶୋର ଦାସ, ପ୍ରଭାତି ରାଉତରାୟ, ସରପଞ୍ଚ ବବିତା ସାହୁ ସମେତ କେତେକ ପଞ୍ଚାୟତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତମାନେ ମଞ୍ଚାସୀନ ଥିଲେ । ଊକ୍ତ ସମାବେଶରେ ବ୍ଲକର ବଭିନ୍ନ ପଞ୍ଚାୟତ ଅଞ୍ଚଳରୁ ଦଳିୟ ମହିଳା କର୍ମୀ ମାନେ ଯୋଗଦେଇଥିଲେ ।