ବିଜୁ ଯୁବ ବାହିନୀର କାର୍ଯ୍ୟକାରୀଣୀ ବୈଠକ

0

(ସୁରେଶ ସାମନ୍ତରାୟ): ରାଜ୍ୟ ସରକାରଙ୍କ ପ୍ରତେକ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କ୍ରିଡ଼ା ଓ ଯୁବବ୍ୟାପାର ବିଭାଗରେ ବିଜୁଯୁବ ବାହିନୀ ଗଠନ କରାଯାଇଛି । ଏହି ପରିପେକ୍ଷୀରେ ଆଜି ବୋଲଗଡର ନନ୍ଦିଘୋଷ ଭବନରେ  ବ୍ଲକ ବିଜୁ ଯୁବ କର୍ଯ୍ୟେକାରେଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ଦିଲୀପ ପାଇକୀରୟ ଆବାହକ୍ତ୍ୱରେ ଯୁବ ସଭାପତି ରବେନ୍ଦ୍ର ସୁବୁଦ୍ଧିଙ୍କ ସଭାପତିିତ୍ୱରେ ଅନୁଷ୍ଠିତ ହୋଇଛି । ବିଜୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବିଜୁ ଯୁବ ବାହିନୀ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ଅତିଥି ଭାବେ ଯାଗ ଦେଇ କହିଛନ୍ତି । ଯୁବ ବାହିନୀ ମାନେ ଘର ଘର ବୁଲି ଯୋଜନାରେ ସୁଫଳ ପାଇ ପାରୁଛନ୍ତି କି ନାହିଁ ସେ ସଂପର୍କରେ ଅନୁଧ୍ୟାନ କରିବେ । ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରି ହିତାଧାରୀଙ୍କୁ ସାମିଲ କରାଇବେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଗୋପାଳ ବେହେରା, ବିଧାୟକ ଦୁର୍ଯ୍ୟୋଧନ ସ୍ୱାଇଁ, ଜିଳ୍ଲା ପରିଷଦ ସଭ୍ୟ ଅଶ୍ୱନୀ ପଟ୍ଟନାୟକ,ସମବାୟ ନତର୍ଦ୍ଦେଶକ ପ୍ରଫୁଲ ପ୍ରଧାନ, ବ୍ଲକ ସଭାପତି ବାନିଆ ମାଝି, ପୂର୍ବତନ ଅଧ୍ୟକ୍ଷ ରଘୁନାଥ ଷଢଙ୍ଗୀ, ସରପଞ୍ଚବବିତା ସାହୁ ପ୍ରମୁଖ ଯୋଗଦେଇ ଯୁବକ ପ୍ରୋସାହିତ କରିଥିଲେ । ଏହିଅବସରରେ ଯୁବକ ମାନଙ୍କୁ ୟୁନିଫର୍ମ ପ୍ରଦାନ କରାଯାଉଥିଲା । ଶେଷରେ ସମିତି ସଭ୍ୟ ବୀର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।