ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଘୋଷଣା କଲେ

0

(ରିପୋର୍ଟସ ଟୁଡ଼େ/ଭୁବନେଶ୍ୱର): ବଲାଙ୍ଗୀରରେ ବିଜୁ ଯୁବ ସମାବେଶ ଆୟୋଜିତ ହୋଇଛି। ଏହି ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି। ଏହି ସମାବେଶରେ ଯୁବକଙ୍କୁ ରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଭଳି ସେବା ଭାବ ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେବା ଯୁବକଙ୍କ ପରିଚୟ ହେଉ, ସେବା ହିଁ ଓଡ଼ିଆ ଜାତିର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ଆହ୍ଵାନ୍ ଦେଇଛନ୍ତି। ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ ବିଜେପି ଆଣୁଥିବା ଅଭିଯୋଗର କଡ଼ା ଜବାବ୍ ଦେଇଛନ୍ତି ।