ବାଇକ୍ ସହ ବୋଲେରୋ ଓ ପିକଅପ ଗାଡିର ମୁହାଁମୁହିଁ ଧକ୍କା ; ବାଇକ ଚାଳକ ମୃତ୍ୟୁ

0

କନ୍ଧମାଳ : ବୋଲେରୋ , ପିକଅପ୍  ସହ ମୋଟର ସାଇକଲ ସହ ମୁହାଁମୁହିଁ ଧକା  । ବାଇକ୍ ଚାଳକ ଘଟଣା ସ୍ଥଳରେ  ମୃତ୍ୟୁ  ହୋଇଛି । ଅଗ୍ନିଶମ ବାହୀନି ପହଞ୍ଚି ଉକ୍ତ ଯୁବକଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ବାଲିଗୁଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ହୋଇଥିବା ଯୁବକଙ୍କ ଗାଁକୁ ଖବର ଦେଇଥିଲେ  । ମୃତ ଯୁବକଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଢୁଢୁଆ ଗ୍ରାମରେ  । ମୃତ ବ୍ୟକ୍ତି ଜଣକ  ସନ୍ତୋଷ ରଣା ବୋଲି ଜଣା ପଡ଼ିଛି । ମୃତ ସନ୍ତୋଷ ରଣା  ଲାଞିଗଡ ବେଦାନ୍ତରେ ଫିଟର ଭାବରେ କାର୍ଯ୍ୟ କରୁଥିଲେ  ।  ସେ ବାଇକ ଯୋଗେ ନିଜ ଗ୍ରାମ ଢୁଢୁଆକୁ ଫେରୁଥିବା ବେଳେ ବାଲିଗୁଡ଼ା ଠାରେ ଦୁର୍ଘଟଣା ଘଟିଥିଲା । ପୋଲିସ ବୋଲେରୋ ପିକ୍ ଅପ୍ ଭ୍ୟାନକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି  । ମୃତ ଯୁବକଙ୍କ ପରିବାର ଲୋକେ ପହଁଚିଲା ପରେ ଡାକ୍ତର ପୋଷ୍ଟମର୍ଟମ  କରିଥିବା ଜଣାପଡିଛି  ।