ମୁୁମ୍ବାଇ– ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସୁନ୍ଦରୀ କାଜଲ ବର୍ତ୍ତମାନ ହନିମୁନ୍ ଟ୍ରିପରେ । ମାଲଦ୍ୱୀପର ସମୁଦ୍ର କୂଳର ସୁନ୍ଦର ଦୃଶ୍ୟ ସେ ସ୍ୱାମୀ ଗୈାତମଙ୍କ ସହ ସମୁଦ୍ରକୂଳରେ ଉପଭୋଗ କରୁଛନ୍ତି । କାଜଲ ସୋସିଆଲ ମିଡିଆରେ ନିଜର ଏବଂ ଗୈାତୁମଙ୍କ ସହ ସମୁଦ୍ର କୂଳରୁ ଏକ ସୁନ୍ଦର ଫଟୋ ମଧ୍ୟ ଶେୟାର କରିଛନ୍ତି । ଫଟୋରେ କାଜଲ ନାଲି ରଙ୍ଗର ଏକ ସ୍ଲିଭଲେସ୍ ୱେଷ୍ଟର୍ନ ଗାଉନ ପିନ୍ଧଥିବାର ଦେଖିବାକୁ ମିଳିଛି ।
ଉଭୟ ଦୁଇଜଣ ଏହି ଗେଟଅପ୍ ଖୁବ୍ ସୁନ୍ଦର ଲାଗୁଛନ୍ତି । ଦୁହିଁଙ୍କ ଯୋଡି ବେଶ୍ ସୁନ୍ଦର ଲାଗୁଛନ୍ତି ।
ଏହା ବ୍ୟତୀତ କାଜଲ ଭିନ୍ନ ଭିନ୍ନ ପୋଜରେ ଫଟୋ ଉଠାଇଛନ୍ତି । ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩୦ରେ ମୁମ୍ବାଇସ୍ଥିତ ତାଜହୋଟେଲ କାଜଲ ଓ ଗୌତମଙ୍କର ବିବାହ ହୋଇଥିଲା। କରୋନା କଟକଣା ଯୋଗୁ ବାହାଘରରେ କେବଳ ପରିବାର ଲୋକ ଓ କିଛି ସମ୍ପର୍କୀୟଙ୍କ ହିଁ ସାମିଲ ହୋଇଥିଲେ।