ଚିନ୍ତାରେ ପ୍ରାର୍ଥନା କଲେ ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା

ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା। ଭାରି ଚିନ୍ତାରେ ଅଛନ୍ତି । ତେବେ ସେ ନିଜ ବ୍ୟକ୍ତିଗତ କାରଣ ପାଇଁ ନୁହେଁ ଆଫଗାନିସ୍ତାନକୁ ନେଇ ଚିନ୍ତିତ ଅଛନ୍ତି।

0

(ମୁମ୍ବାଇ) : ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା। ଭାରି ଚିନ୍ତାରେ ଅଛନ୍ତି । ତେବେ ସେ ନିଜ ବ୍ୟକ୍ତିଗତ କାରଣ ପାଇଁ ନୁହେଁ ଆଫଗାନିସ୍ତାନକୁ ନେଇ ଚିନ୍ତିତ ଅଛନ୍ତି। ସେଠକାର ବଦଳିଥିବା ପରିସ୍ଥିତି ଓ ଅବସ୍ଥା ତାଙ୍କୁ ଚିନ୍ତାରେ ପକାଇଛି। ସେଠାରେ ଫସି ରହିଥିବା ଲୋକ କିଭଳି ସୁରକ୍ଷିତ ଭାବେ ନିଜ ଦେଶକୁ ଫେରିବେ ସେନେଇ ପ୍ରୀତି ପ୍ରାର୍ଥନା କରିଛନ୍ତି। ନିକଟରେ ପ୍ରୀତି ଟୁଇଟ୍‌ କରି ଆଫଗାନିସ୍ତାନରେ ବିଗୁଡୁଥିବା ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛି।

 

ସେ କହିଛନ୍ତି, ଆମର ଅନେକଗୁଡିଏ ଭାରତୀୟ ଭାଇ-ଭଉଣୀ ତଥା ଅନ୍ୟ ଦେଶର ଲୋକମାନେ ମଧ୍ୟ ଆଫଗାନିସ୍ତାନରେ ଫସି ରହିଛି। ସେମାନଙ୍କୁ ଶୀଘ୍ରରୁ ଅତିଶୀଘ୍ର ଫେରାଇ ଆଣାଯିବ ବୋଲି ମୋର ଆଶା ରହିଛି। ସେଠାକାର ଯେଉଁ ସବୁ ଦୃଶ୍ୟ ସାମ୍ନାକୁ ଆସୁଛି ତାହା ମୋ ହୃଦୟ ଭାଙ୍ଗି ଦେଇଛି।’