ଫଟୋ ଉଠେଇ ବିବାଦରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

0

ଭୁବନେଶ୍ୱର : ବିବାଦରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ l ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଓ ଭିଡିଓ ଉଠାଇ ବିବାଦ ଘେରକୁ ଆସିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ l ବର୍ତମାନ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ଲିଙ୍ଗରାଜ ମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ନିଷେଧ ହୋଇଥିବାବେଳେ କେମିତି ଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଏବଂ ଭିଡିଓ ଉତ୍ତୋଳନ କରାଗଲା , ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

ସୂଚନା ଅନୁଯାୟୀ ଅଭିନେତ୍ରୀ ଶିଳ୍ପା  ସେଟ୍ଟୀ ଏକ ଜୁଏଲାରୀ ଦୋକାନର ଉଦ୍ଘାଟନ ଉତ୍ସବରେ  ଯୋଗଦେବାପାଇଁ ଭୁବନେଶ୍ଵର ଆସିଥିଲେ। ଏହା ପରେ ସେ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ