ଭୁବନେଶ୍ୱରରେ ବଲିଉଡ଼ ଅଭିନେତ୍ରୀ ଜରିନ ଖାନ

0

(ଆଦର୍ଶ ରାଉତ)ଭୁବନେଶ୍ୱର: ଆଜି ବଲିଉଡ଼ ଅଭିନେତ୍ରୀ ଜରିନ ଖାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ସେ ଆଜି ସଂନ୍ଦ୍ୟାରେ ଓଡ଼ିଶା କୁଇନନାମକ ଏକ ଫ୍ୟାସନ ଶୋରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜରିନଙ୍କର ଏହା ହେଉଛି ଦ୍ୱିତୀୟ ଓଡ଼ିଶା ଗସ୍ତ । କିଛି ବର୍ଷ ପୂର୍ବରୁ ସେ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିଲେ । ସୁଯୋଗ ମିଳିଲେ ସେ ଓଡ଼ିଶାରେ ଓଡ଼ିଆ ଖାଦ୍ୟ ଖାଇବେ ବୋଲି କହିଛନ୍ତି । ଏହା ସହ ଓଡ଼ିଶାରେ ବହୁ ସୁନ୍ଦର ସୁନ୍ଦର ଝିଅ ମଡ଼ଲିଙ୍ଗରେ କ୍ଷେତ୍ରରେ ଅଛନ୍ତି ବୋଲି ସେ କହିଥିଲେ ।