(ମୁମ୍ବାଇ) : ଖୁବଶୀଘ୍ର ଆସିବାକୁ ଯାଉଛି ଫିଲ୍ମ ଟାଇଗର୍-୩ । ବଡ଼ ପରଦାରେ ପୁଣି ଦେଖିବାକୁ ମିଳିବ କ୍ୟାଟ୍ରିନା କୈଫ୍ ଓ ସଲମାନ ଖାନ୍ଙ୍କ ଯୋଡ଼ି । ଏହି ଦୁଇ ସୁପରଷ୍ଟାରଙ୍କ ମୋଷ୍ଟଆୱେଟେଡ୍ ଫିଲ୍ମ ଟାଇଗର୍-୩କୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଫିଲ୍ମରେ କ୍ୟାଟ୍ରିନାଙ୍କ ଆକ୍ସନ୍ ମୁଡ୍ ଦେଖିବାକୁ ମିଳିବ। ଏହି ଫିଲ୍ମ ଆସନ୍ତା ବର୍ଷ ଇଦ୍ ଅବସରରେ ରିଲିଜ୍ ହବ। ୨୦୨୩ ଏପ୍ରିଲ୍ ୨୧ରେ ଏହା ବଡ଼ ପରଦାରେ ନଜର ଆସିବ। ତେବେ କ୍ୟାଟ୍ରିନାଙ୍କ ନୂଆ ଭିଡିଓ ଦେଖିବା ପରେ ଫିଲ୍ମ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଆହୁରି ଉତ୍କଣ୍ଠା ବଢିଛି ।
ୟଶ୍ ରାଜ୍ ଫିଲ୍ମ ଦ୍ଵାରା ସେୟାର ହୋଇଥିବା ଏକ ଛୋଟ ଭିଡିଓରେ କ୍ୟାଟ୍ରିନାଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ଏହି ଭିଡିଓରେ କ୍ୟାଟ୍ରିନାଙ୍କ ଆକ୍ସନ ଅନ୍ଦାଜ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନକରି ରହିପାରିବେ ନାହିଁ । ଟାଇଗର୍ ଫ୍ରାନଚାଇଜ୍ର ତୃତୀୟ ଫିଲ୍ମ ହେଉଛି ଟାଇଗର୍-୩। ଏହି ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି। ଏବେ ଟାଇଗର୍ ୩ରେ ମଧ୍ୟ ସଲମାନ ଏବଂ କ୍ୟାଟ୍ରିନା ମୁଖ୍ୟ ଭୂମିକାରେ ନଜର ଆସିବେ
ସୂଚନାନୁଯାୟୀ, ଟାଇଗର୍ ଫ୍ରାନଚାଇଜ୍ର ପ୍ରଥମ ଫିଲ୍ମ ଥିଲା ଏକ ଥା ଟାଇଗର୍। ଏହି ଫିଲ୍ମ ୨୦୧୨ରେ ରିଲିଜ୍ ହୋଇଥିଲା। ଏହା ପରେ ଟାଇଗର୍ ଜିନ୍ଦା ହୈ ୨୦୧୭ରେ ରିଲିଜ୍ ହୋଇଥିଲା। ।