ବଲିଉଡ୍ ସିଙ୍ଗର୍ ଉଦିତ୍ ନାରାୟଣ ଫ୍ୟାନ୍ସଙ୍କୁ ଦେଲେ ଚୁମ୍ବନ : ଭିଡିଓ ହେଲା ଭାଇରାଲ

0

ବ୍ୟୁରୋ : ଉଦିତ୍ ନାରାୟଣ ତାଙ୍କ ଗୀତ ପାଇଁ ସବୁ ଫ୍ୟାନ୍ସଙ୍କ ପାଇଁ ସେ ଖୁବ୍ ପ୍ରିୟ । ଶ୍ରୋତାଙ୍କୁ ଯେମିତି ଗୀତ ମାଧ୍ୟମରେ ସେ ମତୁଆଲା କରନ୍ତି । ଭାଇଜାନ୍ ଙ୍କ ଠାରୁ ଆରମଭ କରି କିଙ୍ଗ୍ ଖାନ୍ ସମସ୍ତଙ୍କ ପାଇଁ ଗୀତ ଗାଇଥିବା ଉଦିତ୍ ତାଙ୍କ କଣ୍ଠ ସ୍ୱର ପାଇଁ ବେଶ ପରିଚିତ । ହେଲେ ସବୁବେଳେ ନିଜର ଗାୟକ ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥିବା ଗାୟକ ଏବେ ଟ୍ରୋଲ ର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ତାଙ୍କର ବେଶ ଭାଇରାଲ ହେଉଛି । ଭିଡିଓଟି ଏକ ଲାଇଭ ସୋ’ ସମୟର । ଯେଉଁ ଭିଡିଓରେ ଉଦିତ୍ ଜଣେ ମହିଳା ଫ୍ୟାନ୍ସଙ୍କୁ କିସ୍ କରୁଛନ୍ତି । ପ୍ରଥମେ ସେଲଫି ନେବା ପରେ ଉକ୍ତ ମହିଳାଙ୍କୁ କିସ୍ କରିଛନ୍ତି । ଯାହାକୁ ନେଇ ଫ୍ୟାନ୍ସ୍ ଙ୍କ ଗହଣରେ ଟ୍ରୋଲ ଚାଲିଛି ।

Courtesy : Social Media 

ଭିଡିଓରୁ ଯାହା ଜଣାପଡୁଛି, ଉଦିତ୍ ନାରାୟଣ ବେଶ ହିଟ୍ ହୋଇଥିବା ଗୀତ ଟିପଟିପ୍ ବର୍ଷା ପାଣି ଗୀତ ଗାଉଛନ୍ତି । ଏନେଇ ଉଦିତ୍ ମଧ୍ୟ ନିଜର ମତବ୍ୟକ୍ତ କରିଛନ୍ତି । ସେ ପ୍ରକାଶ କରିଛନ୍ତି ଯେ, ଫ୍ୟାନ୍ସମାନେ କଳାକାରଙ୍କ ପାଖରେ ପାଇ ବେଶ ଖୁସି ହୋଇଥାନ୍ତି । କିନ୍ତୁ ସୋସିଆଲ ମିଡିଆରେ ଯେଭଳି ଭାବେ ଭାଇରାଲ କରାଯାଉଛି ତାହା ସେମିତି କିଛି ନୁହେଁ ।