ପରଲୋକରେ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାର
ପରଲୋକରେ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାର। ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ସକାଳ ୭ଟା ୩୦ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦିଲ୍ଲୀପ କୁମାର ନିଧନରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି।
(ମୁମ୍ବାଇ) : ପରଲୋକରେ ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାର। ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ସକାଳ ୭ଟା ୩୦ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦିଲ୍ଲୀପ କୁମାର ନିଧନରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି।
ସୂଚନାନୁଯାୟୀ , ଦିଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏଥିପାଇଁ ତାଙ୍କୁ ଗତ ଜୁନ୍ ମାସରେ ୨ ଥର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ୨୯ରେ ତାଙ୍କୁ ପୁଣି ଥରେ ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଦିଲୀପଙ୍କ ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପଙ୍କ ଆଡମିଟ୍ ନେଇ ଗଣମାଧ୍ୟମକୁ ଜଣାଇଥିଲେ ।
ଦିଲ୍ଲୀପ କୁମାରଙ୍କୁ ୮ଟି ଫିଲ୍ମଫେୟାର ଆୱାର୍ଡ ମିଳିଛି। ସବୁଠାରୁ ଅଧିକ ଆୱାର୍ଡ ଜିତିଥିବା କାରଣରୁ ତାଙ୍କର ନାମ ଗିନିଜ୍ ୱାର୍ଡ ରେକର୍ଡରେ ସ୍ଥାନିତ ହୋଇଛି। ତାଙ୍କୁ ୧୯୯୧ରେ ପଦ୍ମ ଭୂଷଣ ଏବଂ ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ୧୯୯୪ରେ ତାଙ୍କୁ ଦାଦା ସାହେବ ଫାଳକେ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ୨୦୦୦ରୁ ୨୦୦୬ ଯାଏଁ ସେ ରାଜ୍ୟସଭାର ସଦସ୍ୟ ହୋଇଥିଲେ। ୧୯୯୮ରେ ସେ ପାକିସ୍ତାନର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ନିଶାନ-ଏ-ଇମତିୟାଜ ସମ୍ମାନରେ ସମ୍ମାନିତ ହୋଇଥିଲେ।