ସୁଟିଙ୍ଗ ସେଟରେ ଆହତ ହେଲେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ

0

ମୁମ୍ବାଇ: ସୁଟିଙ୍ଗ ସେଟରେ ଆହତ ହେଲେ ବଲିଉଡୁ ସୁପରଷ୍ଟାର ଅମିତାଭ ବଚ୍ଚନ । ହାଇଦ୍ରାବାଦରେ ଆଗାମୀ ଚଳଚ୍ଚିତ୍ର ‘ପ୍ରୋଜେକ୍ଟ୍ କେ’ର ସୁଟିଙ୍ଗ୍ ସମୟରେ ଆହତ ହୋଇଛନ୍ତି ଅମିତାଭ ବଚ୍ଚନ । ସୂଚନା ଅନୂଯାୟୀ ‘ବ୍ଲଗ’ରେ ସ୍ବାସ୍ଥ୍ୟ ସଂକ୍ରାନ୍ତ ସଦ୍ୟତମ ସୂଚନା ସେୟାର୍ କରି ଅମିତାଭ ଲେଖିଛନ୍ତି ଯେ, ସମ୍ପ୍ରତି ସେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ବିଶ୍ରାମ ନେଉଛନ୍ତି । ସୁଟିଙ୍ଗ ସେଟରେ ଫାଇଟିଙ୍ଗ ସୁଟ୍ ହେଉଥିବା ବେଳେ ଅମିତାଭଙ୍କ ଡାହାଣ ପଟ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଛି। ସେ ସୁସ୍ଥ ହେବା ପାଇଁ ଦୁଇ ସପ୍ତାହ ଲାଗିବ। ତେଣୁ, ଚଳଚ୍ଚିତ୍ର ସୁଟିଙ୍ଗ୍ ବାତିଲ କରାଯାଇଛି । ଆହତ ହେବା ପରେ ଅମିତାଭ ଡାକ୍ତରଙ୍କ ପରାମର୍ଶକ୍ରମେ ହାଇଦ୍ରାବାଦସ୍ଥିତ ‘ଏଆଇଜି ହସ୍ପିଟାଲ୍’ରେ ‘ସିଟି’ ସ୍କାନ୍ କରାଇ ମୁମ୍ବାଇ ଫେରିଆସିଥିଲେ। ଆଘାତ ଭଲ ହେବାକୁ କିଛି ସପ୍ତାହ ଲାଗିବ। ସେଥିପାଇଁ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଅମିତାଭ ଲେଖିଛନ୍ତି, ଯନ୍ତ୍ରଣା ଉପସମ ନିମନ୍ତେ ସେ ଔଷଧ ସେବନ କରୁଛନ୍ତି । ନିଃଶ୍ବାସ ପ୍ରଶ୍ବାସ ନେବା ବେଳେ ଓ ହଲ୍ଚଲ୍ ହେଲେ କଷ୍ଟ ହେଉଛି। ତେଣୁ, କିଛି ଦିନ ପାଇଁ କାମ ବାତିଲ କରାଯାଇଛି । କାଳ୍ପନିକ ବିଜ୍ଞାନ କାହାଣୀକୁ ଆଧାର କରି ନିର୍ମାଣ କରାଯାଉଥିବା ଚଳଚ୍ଚିତ୍ର ‘ପ୍ରୋଜେକ୍ଟ୍ କେ’ରେ ଅମିତାଭ ବଚ୍ଚନ, ପ୍ରଭାସ ଏବଂ ଦୀପିକା ପାଦୁକୋନ୍ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ।