ମୁମ୍ବାଇ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଆଜି ସକାଳେ ମୁମ୍ବାଇ ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମକୁ ଏନେଇ ଏକ ଧମକପୂର୍ଣ୍ଣ ମେସେଜ ଆସିଛି । ମେସେଜ ପଠାଇଥିବା ବ୍ୟକ୍ତି ୨ କୋଟି ଟଙ୍କା ଦାବି କରିଛି । ମେସେଜ କରିଥିବା ବ୍ୟକ୍ତି ଯଦି ଟଙ୍କା ନ ମିଳେ, ତେବେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି । ଏହି ମାମଲାରେ ୱର୍ଲି ପୋଲିସ ଅଜ୍ଞାତ ବ୍ୟକ୍ତି ବିରୋଧରେ ଧାରା ୩୫୪(୨) ଏବଂ ୩୦୮(୪) ଅଧିନରେ ଏଫଆଇଆର ଦାୟର କରିଛି । ଏହି ମାସ ଆରମ୍ଭରେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। ଧମକପୂର୍ଣ୍ଣ ମେସେଜ ମୁମ୍ବାଇ ଟ୍ରାଫିକ ପୋଲିସର ହ୍ବାଟସ୍ ଆପ୍ ନମ୍ବରରେ ମିଳିଥିଲା । ଯେଉଁଥିରେ ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ମାଗିଥିଲେ। ଗତ କିଛି ମାସ ହେବ ଭାଇଜାନଙ୍କୁ ହତ୍ୟା ଧମକ ମିଳୁଛି।