ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ

0

କଟକ : ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ ।  ଏଭଳି ଅଘଟଣ ଘଟିଛି କଟକ ସଦରଥାନା ସୁଭଦ୍ରାପୁରରେ । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଉକ୍ତ ବ୍ୟକ୍ତି ଜଣଙ୍କ  ଦୀର୍ଘଦିନ ଧରି  ସ୍ଥାନୀୟ ଅଞ୍ଚଳରେ ବାଉଁଶ ବ୍ୟବସାୟ କରୁଥିଲେ । ହେଲେ ଜଣେ ଦୁବୃତ୍ତ ଗତ ରାତିରେ ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ କରିଛି ।  ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ  । ପୁଲିସ ଘଟଣାସ୍ଥଳରେ ପହଞ୍ଚି  ବ୍ୟବସାୟିକ ଶତ୍ରୁତାରୁ  ଏହି ବୋମା ମାଡ ହୋଇଥିବା  ପୁଲିସ ପ୍ରାଥମିକ ସୂଚନା ଦେଇଛି ।  ବୋମା ମାଡର କାରଣ ଅସ୍ପଷ୍ଟ ରହିବା ବେଳେ ଘଟଣାସ୍ଥଳରୁ  ଦୁବ୍ୱତ୍ତ ଫେରାର ହୋଇଯାଇଛି ।  ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା  କରି  ସିସିଟିଭି  ଯାଞ୍ଚ  କରୁଛି ।  ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।