ଲାଲ୍ ବାହାଦୂର ଶାସ୍ତ୍ରୀ ସ୍କୁଲକୁ ବୋମା ମାଡ ଧମକ

0

ଦିଲ୍ଲୀ: ସ୍କୁଲକୁ ବୋମା ମାଡ ଧମକ । ରାଜଧାନୀ ଦିଲ୍ଲୀରେଥିବା ଆର୍କେ ପୁରମ୍ ସେକ୍ସର-୩ସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ସ୍କୁଲକୁ ବୋମା ମାଡ ଧମକ ମିଳିଛି । ଏହାକୁ ନେଇ ସ୍କୁଲରେ ଭୟର ବତାବରଣ ଖେଳିଯାଇଛି । ପରେ ସ୍କୁଲ କ୍ୟମ୍ପସକୁ ସଙ୍ଗେସଙ୍ଗେ ଖାଲି କରାଯାଇଥିଲା । ସୂଚନା ଅନୁଯାୟୀ, ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ନେଇ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଆକ୍ସନ ମୁଡ୍କୁ ଆସିଥିଲା। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ, ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ପହଞ୍ଚିଥିଲା। ଏହି ଧମକପୂର୍ଣ୍ଣ ମେସିଜ ଟି ଇମେଲରେ ଆସିଖିବା କୁହାଯାଉଛି । ସେହି ମେସେଜରେ ଲେଖା ଯାଇଥିଲାଯେ ,ପ୍ରଧାନ ଆଚାର୍ଯ୍ୟଙ୍କ କକ୍ଷ ଆଖପାଖରେ ବୋମା ରଖାଯାଇଛି ।ତେଣୁ ଘଣ୍ଟା ଘଣ୍ଟା ଧରି ସ୍କୁଲରେ ଚାଲିଥିଲା ସର୍ଚ୍ଚ ଅପରେସନ କିନ୍ତୁ କିଛିବି ମିଳିନଥିଲା ।ତେଣୁ ଏହି ଖବର ଟିକୁ ମିଥ୍ୟା ବୋଲି କୁହାଯାଇଥିଲା । ତେବେ ପୋଲିସ ତଦନ୍ତ ଆରମ୍ଭ କରି ମେଲ୍ର ଆଇପି ଠିକଣା ସହ ଅନ୍ୟାନ୍ୟ ଟେକ୍ନିକାଲ୍ ସୂଚନା ସଂଗ୍ରହ କରିବାରେ ଲାଗିଛି। ତେବେ ସ୍କୁଲ ପ୍ରଶାସନ ଆଶଙ୍କା କରୁଛି ଯେ ଏହି ଘଟଣା କୌଣସି ଦୁଷ୍ଟ ପିଲା କରିଥାଇପାରେ। ତେବେ ଏନେଇ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।