କଟକ: ନଣନ୍ଦେଇଙ୍କ ସହ କାଠଯୋଡ଼ିକୁ ଶଳା ଭାଉଜ ଡେଇଁବା ଘଟଣାରେ ନୂଆ ମୋଡ଼ । ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନଦୀକୁ ଡେଇଁବା ପରେ ଉଭୟ ପୁରୀ ଘାଟ ଥାନା ନିକଟ କୂଳରେ ଲାଗିଥିଲେ। ଦୁଇ ଜଣଙ୍କୁ ପୁରୀ ଘାଟ ଥାନାକୁ ନିଆଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।
ସୂଚନା ଅନୁଯାୟୀ: ଗତକାଲି ସନ୍ଧ୍ୟାରେ କଟକ ତ୍ରିଶୁଳିଆ ବ୍ରିଜ ଉପରୁ କାଠଯୋଡ଼ିକୁ ଡେଇଁଥିଲେ କୃଷ୍ଣ ମୁଦୁଲି ଓ ବର୍ଷା ଲେଙ୍କା । ଅଗ୍ନିଶମ ବାହିନୀ ଖୋଜାଖୋଜି କାର୍ଯ୍ୟ ଜାରି ରଖିଥିଲା। ଅଭିଯୋଗ ଅନୁସାରେ କିଛିଦିନ ହେଲା ବାଙ୍କୀ ରାମଚଣ୍ଡୀ ଗାଁର ପ୍ରଦ୍ଯୁମ୍ନଙ୍କ ସ୍ତ୍ରୀ ବର୍ଷା କଟକ ନିମସାହି ଅଞ୍ଚଳରେ କୃଷ୍ଣଙ୍କୁ ପ୍ରେମ କରୁଥିଲେ । କୃଷ୍ଣ ହେଉଛନ୍ତି ବର୍ଷାଙ୍କ ନଣଦେଇ । ଉଭୟ ଦୁଇ ମାସ ତଳେ ଘରୁ ଚାଲି ଯାଇଥିଲେ । କାଲି ଉଭୟ କାଠଯୋଡ଼ିକୁ ଡେଇଁ ଆତ୍ମହତ୍ଯା ଉଦ୍ଯମ କରିଥିଲେ। କେଉଁ କାରଣରୁ ଉଭୟ ଏଭଳି ନିଷ୍ପତ୍ତି ନେଇଥିଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।