ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ମାମଲା । ବିଜେପି ଟାର୍ଗେଟରେ ଅରୁଣ ବୋଥ୍ରା । ହତ୍ୟା ଷଡଯନ୍ତ୍ରର ମୁଖ୍ୟ ନାୟକ ଏବଂ ପ୍ଲାନ ଦେଇଛନ୍ତି ବୋଥ୍ରା, ସେଥିପାଇଁ ସିବିଆଇ ତଦନ୍ତକୁ ନେଇ ଭୟବିତ୍ତ ଅଛନ୍ତି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ସେ ଏହା ମଧ୍ୟ କହିଛନ୍ତି , ନବ ଦାସ ହାତ୍ୟକାଣ୍ଡର ମାଷ୍ଟର ପ୍ଲାନ ତିଆରି କରିଥିଲେ ବୋଥ୍ରା । ମାରିଥିବା ପୋଲିସ ସହିତ ଆଗରୁ ରହିଛି ବୋଥ୍ରାଙ୍କ ସମ୍ପର୍କ । ହତ୍ୟା ଷଡଯନ୍ତ୍ରର ମୁଖ୍ୟ ନାୟକ ଏବଂ ପ୍ଲାନ ଦେଇଛନ୍ତି ବୋଥ୍ରା, ସେଥିପାଇଁ ସିବିଆଇ ତଦନ୍ତକୁ ନେଇ ଭୟବିତ୍ତ ଅଛନ୍ତି । ପ୍ଲଟ ତିଆରି ହୋଇପାରିନି, କାହିଁକି ମାରିଲା ଗୋପାଳ ତେଣୁ ଚୁପ ହୋଇ ବସିଛନ୍ତି ବୋଥ୍ରା ସାହେବ ମାମଲା ବୋଲି ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ପରେ ନବ ଦାସ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଥିଲେ, ଏଥି ପାଇଁ ଶନି ମନ୍ଦିର ଯାଇ ପୂଜାପାଠ କରି ଫେରିଥିଲେ ।
ଏହି ତଥ୍ୟ ଯେତେବେଳେ ତଥ୍ୟ ତୃତୀୟ ମହଲା ପହଁଚିଲା ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରଗଲା । ହତ୍ୟାକାରୀ ଧରାପଡିଲେ କିନ୍ତୁ ହତ୍ୟାର ଷଡଯନ୍ତ୍ରକାରି କିମ୍ବା ଗୋପାଳ ମୁହଁରୁ ଏହାର କାରଣ ଏପର୍ୟ୍ୟନ୍ତ ଧରା ପଡିଲେ ନାହିଁ । ରାଜ୍ୟ ସରକାର ଏବଂ ତୃତୀୟ ମହଲାର ସବୁଠୁ ବିଶ୍ୱସ୍ତ ପୋଲିସ ଅଧିକାରୀ ହେଉଛନ୍ତି ବୋଥ୍ରା । ଯେଉଁମାନେ ନବ ଦାସଙ୍କୁ ମରେଈଛନ୍ତି, ସେଥିପାଇଁ ମାଷ୍ଟର ପ୍ଲାନ ତିଆରି କରିଛନ୍ତି ବୋଥ୍ରା । ମାରିଥିବା ପୋଲିସ ସହିତ ଆଗରୁ ରହିଛି ବୋଥ୍ରାଙ୍କ ସମ୍ପର୍କ। ଏଗୋପାଳ ଗତ ୮ ବର୍ଷ ଧ୍ରି ମାନସିକ ରୋଗରେ ପୀଡିତ ଅଛି ଏବଂ ସେ ନିୟମିତ ମେଡିସିନ ଖାଉଚି, ଏହାର ଖବର ଓ ତଥ୍ୟ ସଂଗ୍ରହ ଅ୍ରୁଣ ବୋଥ୍ରା କରିଥିଲେ, ସେ ହିଁ ପ୍ଲାନିଂ କରିଛନ୍ତି କେମିତି ମାରିଲେ ପର୍ଦାଫାଶ ହେବନି ।
ଯିଏ ମାରିବା ପାଇଁ ପ୍ଲାନ କରିଛନ୍ତି, ସେ କେମିତି ତଦନ୍ତ କରିବେ ଏବଂ ଦୋଷୀଙ୍କୁ ଧରିବେ ବୋଲି ପ୍ରଶ୍ନ କଲେ ପ୍ରଦୀପ ପୁରୋହିତ କହିଛନ୍ତି ଜ୍ଝ ଆଜି ପର୍ୟ୍ୟନ୍ତ ଷ୍ଟୋରୀ ପ୍ଲଟ ତିଆରି ହୋଇପାରିନି, କାହିଁକି ମାରିଲା ଗୋପାଳ ତେଣୁ ଚୁପ ହୋଇ ବସିଛନ୍ତି ବୋଥ୍ରା ସାହେବ । ରାସ୍ତା ଖୋଜୁଛନ୍ତି, କେମିତି ଗଣମାଧ୍ୟମ ଓ ସାଧାରଣ ଲୋକଙ୍କୁ ବୁଝାଇବେ ସେଥି ପାଇଁ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି । ରାଜ୍ୟରେ ଯେତେ ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡ ହେଉଛି ସେମାନଙ୍କୁ ସରକାରଙ୍କୁ ସୁରକ୍ଷା ଦେଉଛନ୍ତି ବୋଥ୍ରା ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।