ଓଜନ ହ୍ରାସ କରେ ଲାଉ ଜୁସ୍

0

(ମମତା ସାମଲ)ରିପୋର୍ଟସଟୁଡେ: ଲାଉରେ ଅନେକ ପ୍ରକାରର ଭିଟାମିନ ରହିଥାଏ । ଏଥିରେ ଭିଟାମିନ ସି,ଭିଟାମିନ ବି, ଭିଟାମିନ କେ, ଭିଟାମିନ ଇ, ଆଇରନ,ଫୋଲେଟ,ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ଜଳୀୟ ଅଂଶ ଭରି ରହିଥାଏ ଏବଂ କୋଲେଷ୍ଟାଲର ମାତ୍ରା ଜମା ନଥାଏ । ଏହା ୱେଟ ଲସ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଲାଉ ତରକାରିଠୁ ଅଧିକ ଏହାର ଜୁସ ପିଇଲେ ଆପଣଙ୍କର ଓଜନ କମ ହେବ ।

ସର୍ବପ୍ରଥମେ ଆପଣ ଲାଉକୁ ଛେଲି ଛୋଟ ଛୋଟ ପିସରେ କାଟନ୍ତୁ। ଏହାପରେ ଆପଣ ଦୁଇ ଚାମଚ କଟା ଧନିଆଁ ମିଶାନ୍ତୁ,ଏହା ସହିତ ଦୁଇ ଚାମଚ ପୋଦିନା, ସ୍ବାଦ ଅନୁସାରେ କଳା ଲୁଣ ଏବଂ ଅଧା ଲେମ୍ଭୁ ରସ ପକାନ୍ତୁ,ଦେଢ଼ କପ୍ ପାଣି ସହ ଏହାକୁ ପେଶି ଦିଅନ୍ତୁ।

କିନ୍ତୁ ଧ୍ୟାନ ରଖନ୍ତୁ ଗୋଟିଏ ଗ୍ଲାସରୁ ଅଧିକ ଲାଉ ରସ ପିଇବା ଅନୁଚିତ୍ କାରଣ ଏହା କ୍ଷତିକାରକ ମଧ୍ୟ ହୋଇଥାଏ। ଏହା ଦ୍ବାରା ପେଟରେ ରକ୍ତ,ବାନ୍ତି,ଅଲସର,ରକ୍ତ ବାନ୍ତି,ତରଳ ଝାଡ଼ା,ପେଟ ବ୍ୟଥା ଏବଂ କିଡନିରେ ସମସ୍ୟା ଆଦି ଦେଖାଯାଇଥାଏ।