ଭାରତର ଷ୍ଟାର୍‌ ବକ୍ସର ବିକାଶ କ୍ରିଷ୍ଣନଙ୍କ ଡାହାଣ କାନ୍ଧରେ ସଫଳ ଅସ୍ତ୍ରୋପଚାର

ଭାରତର ଷ୍ଟାର୍‌ ବକ୍ସର ବିକାଶ କ୍ରିଷ୍ଣନ୍‌ ଡାହାଣ କାନ୍ଧରେ ସଫଳ ଅସ୍ତ୍ରୋପଚାର ହୋଇଛି । ଆସନ୍ତା ୩ ମାସ ପର୍ଯ୍ୟନ୍ତ ସେ ଖେଳରୁ ଦୂରରେ ରହିବ।

0

(ଦିଲ୍ଲୀ) : ଭାରତର ଷ୍ଟାର୍‌ ବକ୍ସର ବିକାଶ କ୍ରିଷ୍ଣନ୍‌ ଡାହାଣ କାନ୍ଧରେ ସଫଳ ଅସ୍ତ୍ରୋପଚାର ହୋଇଛି । ଆସନ୍ତା ୩ ମାସ ପର୍ଯ୍ୟନ୍ତ ସେ ଖେଳରୁ ଦୂରରେ ରହିବ। କାନ୍ଧ ଆହତ ସମସ୍ୟା ଯୋଗୁ ତାଙ୍କୁ ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ରାଉଣ୍ଡ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତାଙ୍କ ଥରୁ ପଦକ ଆସ କରାଯାଇଥିଲା କିନ୍ତୁ କାନ୍ଧ ସମସ୍ୟା ତାଙ୍କ ସ୍ୱପ୍ନ ଧୂଳିସାତ୍‌ କରି ଦେଇଥିଲା । ୨୯ ବର୍ଷିୟ ବିକାଶଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ପାଖାପାଖି ୩ମାସ ସମୟ ଲାଗିବ ।

ସୂଚନାନୁଯାୟୀ , ବିକାଶ ପ୍ରଥମ ରାଉଣ୍ଡରେ କାନ୍ଧରେ ଆଘାତ ପାଇଥିଲେ । ଫଳରେ ଗୋଟିଏ ହାତରେ ବକ୍ସିଂ କରିବାକୁ ପଛାଇ ନଥିଲେ । ଜାପାନ ବକ୍ସର ସିୱନ ଓକାଜାୱା ଏହାର ଫାଇଦା ଉଠାଇ ବିଜୟ ହାସଲ କରିଥିଲେ ।