(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସ କ୍ୱାଲିଫାୟନରେ ଅଂଶଗ୍ରହଣ କରିବାକୁ ଥିବା ବକ୍ସରମାନେ ଏଥର ବିଦେଶ ନ ଯାଇ ଦେଶରେ ପ୍ରଶିକ୍ଷଣ ନେବେ । ଯାତ୍ରା ସମ୍ବନ୍ଧିତ ସମସ୍ୟା ଓ ସମୟ ଅପଚୟକୁ ରୋକିବା ପାଇଁ ବିଦେଶକୁ ପ୍ରଶିକ୍ଷକ ଆସି ବକ୍ସରମାନେ ଟ୍ରେନଂ ପାଇଁ ସାଧାରଣତଃ ୟୁରୋପ କିମ୍ବା ଆମେରିକା ଯାଇଥାନ୍ତି । କିନ୍ତୁ ଏଥର ଆଗାମୀ ଡିସେମ୍ବରର ପ୍ରଥମାର୍ଦ୍ଧରେ ଏହି ଦେଶଗୁଡିକର ବକ୍ସରମାନେ ଭାରତ ଆସି ଟ୍ରେନିଂ ଦେବେ। ଅତ୍ୟଧିକ ଭ୍ରମଣ ଯୋଗୁ ବକ୍ସରମାନେ କ୍ଳାନ୍ତ ହେବା ସହ ପ୍ରସ୍ତୁତିରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପୁଣି ଚଳିତ ସେସନରେ ଏକାଧିକ ଟୁର୍ନାମେଣ୍ଟ ମଧ୍ୟ ଆୟୋଜିତ ହୋଇସାରିଛି। ତେଣୁ ଏପରିସ୍ଥଳେ ଅଲିମ୍ପିକ୍ସ କ୍ୱାଲିଫାୟର ପୂର୍ବରୁ ବକ୍ସରମାନଙ୍କ ପାଇଁ ଦେଶରେ ପ୍ରଶିକ୍ଷଣ ନେବାର ବ୍ୟବସ୍ଥା କରିଛୁ ବୋଲି ଭାରତୀୟ ହାଇପରଫର୍ମାନ୍ସ ଡାଇରେକ୍ଟର ସାଣ୍ଟିଆଗୋ ନିଏଭା କହିଛନ୍ତି।