ଯାଜପୁର (ରିପୋର୍ଟର୍ସ ଟୁଡେ) : ଯାଜପୁର ଜିଲ୍ଲାରେ ଦିନକୁ ଦିନ ବେଆଇନ ବାଲି ଉତ୍ତୋଳନ ଦିନକୁ ଦିନ ବଢିବାରେ ଲାଗିଛି । ଯାଜପୁର ଜିଲାର ବ୍ୟାସନଗର ତହସିଲରେ ବାଲି ଲୁଟ୍ ନିତିଦିନିଆ ହୋଇଛି । ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ (ଏସିପିସିବି) ଠାରୁ ଅନୁମତି ବା ଏନଭାରମେଣ୍ଟ କ୍ଲିୟରାନ୍ସ(ଇସି) ନ ଥାଇ ଜିଲାର ବିଭିନ୍ନ ନଦୀନାଳରୁ ବାଲି ଉତ୍ତଳନ କରାଯାଉଛି । ଅନୂରୁପ ଭାବେ ବ୍ୟାସନଗର ତହସିଲ ଅଞ୍ଚଳରେ ମୋରମ ଲୁଟ ଅଭିଯୋଗ ହେଉଥିଲେ ହେଁ କିଛି ସୁଫଳ ମିଳିପାରୁନାହିଁ । ଏହି ବେଆଇନ ବାଲି ଉଠାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅଧିକାରି ମାନେ ଚାନ୍ଦା ନେଇ ଚୁପ୍ ରହୁଛନ୍ତି । ବିନା କୌଣସି ସିଟିଓ ଓ ଇସିରେ ଏହି ବାଲିଘାଟର ପ୍ରାୟ ୫୦ ଏକର ଅଞ୍ଚଳରୁ ବାଲି ଉତ୍ତଳୋନ ହେଉଥିବା ଅଭିଯୋଗ ହେଉଛି । ଚିନ୍ତାର ବିଷୟ ୨୦୦ ମିଟର ମଧ୍ୟରେ ଏକାଧିକ ମେଶିନ ଜରିଆରେ ଚାଲିଛି, ଯାହକି ବ୍ରିଜ୍ ପ୍ରତି ବିପଦ ଆଶଙ୍କା ରହିଛି ।