ଭୁବନେଶ୍ୱର: ଓଡ଼ିଶାରେ ଧଳା ଜହର ବେପାର ପଶ୍ଚିମବଙ୍ଗ ଲିଙ୍କ। ନୟାଗଡ଼ ଅବକାରୀ ବିଭାଗ ହାତରେ ଧରପଡିଛନ୍ତି ପଶ୍ଚିମବଙ୍ଗର ୫ ଜଣିଆ ନିଶା ବେପାରୀ। ପଶ୍ଚିମବଙ୍ଗରରୁ ବ୍ରାଉନ ସୁଗାର ଆଣି ବିକ୍ରି କରୁଥିଲେ ଓଡ଼ିଶାରେ ଆଉ କିଣୁ ଥିଲେ ଗଂଜେଇ। ଦୀର୍ଘ ଦିନ ଧରି ନୟାଗଡ଼ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାରେ ଏବେ ପଶ୍ଚିମବଙ୍ଗରୁ ଆସି ନିଶା ବେପାର ଚଳାଇଥିବା ନୟାଗଡ଼ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ମାନେ ରଜସୁନାଖଳାରେ ବ୍ରାଉନ ସୁଗାର ବେପାର କରୁଥିବା ବେଳେ ମାଡି ବସିଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍।
ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ରୁ ବ୍ରାଉନ ସୁଗାର ଆଣି ଓଡିଶାର ବିଭିନ୍ନ ଜିଲ୍ଲାରେ ଅଭିଯୁକ୍ତମାନେ ବେପାର ଚଳାଇଥିବା ଏବଂ ଫୁଲବାଣୀ, ଟିଟିଲାଗଡ଼ ଅଞ୍ଚଳରୁ ଏମାନେ ଗଞ୍ଜେଇ କିଣି ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏହି ୫ ଜଣିଆ ନିଶା ବେପାରୀ ଟିମକୁ ଗିରଫ କରିବାରେ ସଫଳ ହୋଇଛି ନୟାଗଡ଼ ଅବକାରୀ ବିଭାଗ। ମୁଖ୍ୟ ଅଭିଯୁକ୍ତ ଉତ୍ତମ ରୋହି ଦାସ ଏବଂ ତାର ଚାରୀ ସହଯୋଗୀ ପଶ୍ଚିମବଙ୍ଗରୁ ବ୍ରାଉନ ସୁଗାର ଆଣି ରଜସୁନାଖଳା ଅଞ୍ଚଳରେ ବେପାର ଚଳାଇଥିବା ଖବର ପାଇ ଗତକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିଲା। ଚଢ଼ାଉ ବେଳେ ଧରା ପଡିଛି ସେମାଙ୍କ ଠାରୁ ୭୨ ଗ୍ରାମ ବ୍ରାଉନ ସୁଗାର। ଅଭିଯୁକ୍ତ ମାନଙ୍କଠୁ ୮ଟି ମୋବାଇଲ ଫୋନ, ୨୦ ହଜାର ଟଙ୍କା ଏବଂ ଗୋଟିଏ ସ୍କରଫିଓ ଗାଡି ଜବତ୍ ମଧ୍ୟ କରାଯାଇଛି।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉତ୍ତମ ରୋହି ଦାସ ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ନୟାଗଡ଼ ଅବକାରୀ ବିଭାଗ। ବ୍ରାଉନ ସୁଗାର ବେପାର ଘଟଣାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ଅଭିଯୁକ୍ତମାନଙ୍କ ସହ ନୟାଗଡ଼ ଜିଲ୍ଲାର କେଉଁ ନିଶା ମାଫିଆଙ୍କ ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ପରେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ନୟାଗଡ଼ ଅବକାରୀ ଅଧ୍ୟକ୍ଷ କହିଛନ୍ତି।