ଭୁବନେଶ୍ୱର: ଭାରତରେ ସ୍ତନ କର୍କଟ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ଅଟେ, ଯାହା ପ୍ରତିବର୍ଷ ବହୁ ସଂଖ୍ୟକ ମହିଳାଙ୍କୁ ପ୍ରଭାବିତ କରିଥାଏ । କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଏହି ରୋଗ ଭାରତୀୟ ମହିଳାମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ ରୋଗ ଅଟେ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର୍) ଅନୁଯାୟୀ, ଭାରତୀୟ ମହିଳାମାନଙ୍କ ଠାରେ ୨୦୨୦ ମସିହା ରେ ୧୮୦,୦୦୦ ରୁ ଅଧିକ ସ୍ତନ କର୍କଟ ରୋଗ ହୋଇଥିବା ଅନୁମାନ କରାଯାଉଛି । ଭାରତରେ ମହିଳା ମାନଙ୍କରେ ହେଉଥିବା କର୍କଟ ରୋଗ ମଧ୍ୟରୁ ୧୪% ସ୍ତନ କର୍କଟ ରୋଗୀ । ଏହି ରୋଗ ବଢିବାର ବହୁ କାରଣ ଯେପରି ଜୀବନଶୈଳୀରେ ପରିବର୍ତ୍ତନ, ପରିବେଶ ଏବଂ ଜେନେଟିକ୍ କାରଣ ଆଦି ହୋଇପାରେ ।
ସ୍ତନ କର୍କଟ ରୋଗର କାରଣ:
- ଜେନେଟିକ୍ କାରଣ: ଭାରତରେ କେତେକ ସ୍ତନ କର୍କଟ ରୋଗ ଜେନେଟିକ୍ କାରଣ ସହିତ ମଧ୍ୟ ଜଡିତ ହୋଇଥାଏ, ତେଣୁ ସ୍ତନ କର୍କଟ ରୋଗ ଥିବା ପରିବାରର ମହିଳାମାନେ ଅଧିକ ବିପଦରେ ଥାନ୍ତି ।
- ହର୍ମୋନାଲ୍ କାରଣ: ହରମୋନରେ ପରିବର୍ତ୍ତନ, ଶୀଘ୍ର ଋତୁସ୍ରାବ, ବିଳମ୍ବରେ ମେନୋପୋଜ୍ ଏବଂ ହର୍ମୋନାଲ୍ ଗର୍ଭନିରୋଧକ ବ୍ୟବହାର କରିବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କାକୁ ବଢାଇଥାଏ ।
- ଜୀବନଶୈଳୀ କାରଣ: ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଅତ୍ୟଧିକ ମଦ୍ୟପାନ, ବ୍ୟାୟାମ୍ର ଅଭାବ ଏବଂ ଅଧିକ ମୋଟାପଣ (ଓଜନ ବୃଦ୍ଧି) ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କାକୁ ବଢାଇଥାଏ ।
- ପରିବେଶ କାରଣ: ପରିବେଶର ପ୍ରଦୂଷଣ ଏବଂ ବିକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ ।
ସ୍ତନ କର୍କଟ ରୋଗର ଲକ୍ଷଣ:
- ଲୁମ୍ପର୍ ମାସ୍: ସ୍ତନ କର୍କଟରେ ସାଧାରଣ ଲକ୍ଷଣ ହେଉଛି ସ୍ତନରେ ଯନ୍ତ୍ରଣାହୀନ ମାଂସପେଶୀର ବୃଦ୍ଧି ।
- ସ୍ତନ ଆକୃତିରେ ପରିବର୍ତ୍ତନ: ସ୍ତନରଆକାର, ଗଠନରେ ପରିବର୍ତ୍ତନ, ନିପଲ୍ ଡିସଚାର୍ଜ କିମ୍ବା ଅନ୍ୟ ପରିବର୍ତ୍ତନଗୁଡିକରେ
- ଯନ୍ତ୍ରଣା: ସ୍ତନରେ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା ସର୍ବଦା ସ୍ତନ କର୍କଟ ରୋଗର ଲକ୍ଷଣ ନୁହେଁ କିନ୍ତୁ ଯନ୍ତ୍ରଣା ଅନୁଭବ ହେଲେ ଡାକ୍ତରଙ୍କ ସହ ଯୋଗାଯୋଗ କରି ଏହାର ପରୀକ୍ଷା କରନ୍ତୁ ।
- ଲିମ୍ପ୍ ନୋଡ୍ ବୃଦ୍ଧି: ବାହୁ କିମ୍ବା କଲାର୍ବୋନ୍ ସ୍ଥାନରେ ଫୁଲିଯାଇଥିବା ଲିମ୍ପ୍ ନୋଡ୍ କର୍କଟ ରୋଗର ବୃଦ୍ଧିକୁ ସୂଚାଇଥାଏ ।
ଚିହ୍ନଟ:
ସ୍ତନ କର୍କଟ ରୋଗ ବୃଦ୍ଧିକୁ ରୋକିବା ପାଇଁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରିବା ଆବଶ୍ୟକ । ସ୍ତନ କକର୍ଟ ରୋଗର ଚିହ୍ନଟ ପାଇଁ ସାଧାରଣ ପଦ୍ଧତି:
- ନିଜସ୍ୱ ସ୍ତନ ପରୀକ୍ଷା: ୨୦ ରୁ ୩୯ ବର୍ଷ ବୟସର ମହିଳାମାନେ ନିୟମିତ ଭାବରେ ସ୍ତନର ଆକାରରେ ବୃଦ୍ଧି କିମ୍ବା ଅସ୍ୱାଭାବିକ ଡିସ୍ଚାର୍ଜର ନିଜସ୍ୱ ପରୀକ୍ଷା କରିବା ଉଚିତ୍ ।
- ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ତନ ପରୀକ୍ଷା: ଯେଉଁଠାରେ ସ୍ତନ ଅସ୍ୱାଭାବିକତାର ପରୀକ୍ଷା କରାଯାଏ ସେଠାରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ଦ୍ୱାରା ନିୟମିତ ପରୀକ୍ଷା କରାନ୍ତୁ । ୪୦ ରୁ ୪୯ ବର୍ଷ ବୟସର ମହିଳାମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବା ସହ ପ୍ରତି ୧ ରୁ ୨ ବର୍ଷରେ ଅଲଟ୍ରାସାଉଣ୍ଡ କରାଇବା ଉଚିତ୍ ।
- ମାମୋଗ୍ରାମ୍: ଅତି ଛୋଟ ଟ୍ୟୁମରକୁ ଚିହ୍ନଟ କରିବା ପାଇଁ ଏକ୍ସ-ରେ କରାନ୍ତୁ, ଯାହା ୨ ବର୍ଷ ରେ ଥରେ କରାଯାଇଥାଏ । ଅଧିକ ବିପଦରେ ଥିବା ମହିଳାମାନଙ୍କୁ ମାମୋଗ୍ରାମ୍ ପରୀକ୍ଷା କରାଇବା ପାଇଁ ପରାମର୍ଶ ଦିଆ ଯାଇଥାଏ ।
- ବାୟୋପ୍ସି: ଯଦି ଅସ୍ୱାଭାବିକତା ଚିହ୍ନଟ ହୁଏ, ତେବେ ଏହା କର୍କଟ ରୋଗ କି ନାହିଁ ତାହା ଜାଣିବା ପାଇଁ ଏକ ବାୟୋପ୍ସି ପରିକ୍ଷା କରାଇବା ଉଚିତ୍ ।
ଚିକିତ୍ସା:
ସ୍ତନ କର୍କଟ ରୋଗର ଚିକିତ୍ସା ବିଭିନ୍ନ କାରଣ ଉପରେ ନିର୍ଭର କରେ, ଯେପରିକି କର୍କଟ ରୋଗର ପ୍ରକାର ଏବଂ ପର୍ଯ୍ୟାୟ, ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା । ସାଧାରଣ ଚିକିତ୍ସା ବିକଳ୍ପ ଗୁଡିକ ଅନ୍ତର୍ଭୁକ୍ତ:
- ଅସ୍ତ୍ରୋପଚାର: ଟ୍ୟୁମରକୁ ବାହାର କରିବା ଅଧିକାଂଶ ସ୍ତନ କର୍କଟ ରୋଗର ପ୍ରାଥମିକ ଚିକିତ୍ସା ଏବଂ କେତେକ କ୍ଷେତ୍ରରେ ସମଗ୍ର ସ୍ତନ(ମାଷ୍ଟେକ୍ଟୋମି) ବାହାର କରିବାକୁ ପଡିଥାଏ । ଅସ୍ତ୍ରୋପଚାର ବ୍ୟତିତ ଲମ୍ପେକ୍ଟୋମି ମଧ୍ୟ ଏକ ବିକଳ୍ପ ।
- ରେଡିଏସନ୍ ଥେରାପି: ଅବଶିଷ୍ଟ କର୍କଟ କୋଷଗୁଡିକୁ ବାହାର କରିବା ଏବଂ ବିପଦର ଆଶଙ୍କାକୁ କମାଇବା ପାଇଁ ଅସ୍ତ୍ରୋପଚାର ପରେ ରେଡିଏସନ୍ ଥେରାପି କରା ଯାଇଥାଏ ।
- କେମୋଥେରାପି: କର୍କଟ କୋଷର ବୃଦ୍ଧିକୁ ରୋକିବା ପାଇଁ ଓøଷଧ ଦିଆଯାଇଥାଏ । ଅସ୍ତ୍ରୋପଚାର ପୂର୍ବରୁ କିମ୍ବା ପରେ କେମୋଥେରାପି ବ୍ୟବହାର କରାଯାଇଥାଏ ।
- ହରମୋନ୍ ଥେରାପି: କେତେକ ସ୍ତନ କର୍କଟ ହରମୋନ୍ ରିସେପ୍ଟ ପଜିଟିଭ୍ ଅଟେ, ଅର୍ଥାତ୍ ଇଷ୍ଟ୍ରୋଜେନ୍ ହରମୋନ୍ ଏହାର ବୃଦ୍ଧି କରାଇଥାଏ । ଏହି ହରମୋନ୍ କିମ୍ବା ଏହାର ପ୍ରଭାବକୁ ରୋକିବା ପାଇଁ ହରମୋନ୍ ଥେରାପି ବ୍ୟବହାର କରାଯାଏ ।
- ଟାର୍ଗେଟେଡ୍ ଥେରାପି: କର୍କଟ ଅଣୁ ବୃଦ୍ଧିକୁ ରୋକିବା ପାଇଁ ଓøଷଧ ବ୍ୟବହୃତ ହୁଏ । ସେଗୁଡିକ ପ୍ରାୟତ ଅନ୍ୟ ଚିକିତ୍ସା ସହିତ ମିଳିତ ଭାବରେ ବ୍ୟବହୃତ ହୁଏ ।
- ଇମ୍ୟୁନୋଥେରାପି: ଇମ୍ୟୁନୋଥେରାପି ଔଷଧ କର୍କଟ କୋଷର ବୃଦ୍ଧିକୁ ରୋକିଥାଏ ।
ସ୍ତନ କର୍କଟ ଏକ ବିପଦପୂର୍ଣ୍ଣ ରୋଗ କିନ୍ତୁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ, ନିୟମିତ ଚିକିସ୍ୱା ଏବଂ ସ୍କ୍ରିନିଂ ମାଧ୍ୟମରେ ଏହି ରୋଗ ଶୀଘ୍ର ଭଲ ହେବାର ସମ୍ଭାବନା ରହିଥାଏ । ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ବିପଦର କାରଣଗୁଡିକ ବିଷୟରେ ଅବଗତ ହେବା ସହ ରୋଗର କିପରି ନିରାକରଣ, ନିୟମିତ ଚିକିତ୍ସା ଏବଂ ସ୍କ୍ରିନିଂ କରା ଯାଇପାରିବ ସେ ସବୁର ଧ୍ୟାନ ଦେବାକୁ ପଡିଥାଏ । ରୋଗର ନିରାକରଣ ପାଇଁ ସ୍ତନ ସ୍ୱାସ୍ଥ୍ୟର ଯତ୍ନ ରଖନ୍ତୁ ଏବଂ ସ୍ତନ କର୍କଟ ରୋଗର କୌଣସି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । ଏହି ରୋଗରେ ପିଡିତ ଲୋକମାନେ ଆଡ୍ଭାନ୍ସ ରିସର୍ଚ୍ଚ ଏବଂ ମେଡିକାଲ୍ ଟେକକ୍ନୋଲୋଜି ଦ୍ୱାରା ଡାଇଗ୍ନୋଷ୍ଟିକ୍ ରେ ଚିକିତ୍ସା କରିପାରିବେ ।