ଭୁବନେଶ୍ୱର-:୨୦୨୧ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଧୀମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଆଇଏଏସ ବାବୁଙ୍କ ନୂଆ ଠିକଣା ପଲଟିଛି ଭବାନୀପାଟଣା ଜେଲ । ଏହି ଜେଲରେ ରାତି କାଟିଛନ୍ତି ଆଇଏଏସ ଅଧିକାରୀ ଧୀମାନ ଚକମା । ତେବେ ଜେଲରେ ଲାଞ୍ଚୁଆ ଅଫିସରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଥିଲା । ତାଙ୍କୁ ଜେଲରେ ଚିକିତ୍ସା ଦେଉଛନ୍ତି ଡାକ୍ତରୀ ଟିମ୍ । ଗତକାଲି ଜାମିନ ନାମଞ୍ଜୁର ପରେ ତାଙ୍କୁ ଭବାନୀପାଟଣ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା । ପରେ ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହୋଇଥିବା ସୂଚନା ମିଳିଛି ।
ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧର୍ମଗଡ଼ ସବ୍କଲେକ୍ଟର ଧୀମାନ ଚକମା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏହାପରେ ତାଙ୍କ ସରକାରୀ ବାସଭବନରୁ ୪୭ଲକ୍ଷ ୪୭ ହଜାର ୬୦୦ ଟଙ୍କା ଜବତ ହୋଇଥିଲା । ଏକାଧିକ ସ୍ଥାନରେ ଚଢ଼ାଉ ବେଲେ ସମୁଦାୟ ୫୭ ଲକ୍ଷ ୪୬ ହଜାର ୬୦୦ ଟଙ୍କା ଜବତ ହୋଇଥିଲା ।