ବିବାହିତ ପୁରୁଷଙ୍କୁ ଘାରିଛି ନୀଳ ଡ୍ରମ ଭୟ । କିଛିି ଦିନ ତଳେ ଉତ୍ତରପ୍ରଦେଶ ମୀରଠରେ ଘଟିଥିବା ଘଟଣା ସମସ୍ତଙ୍କୁ ଚକିତ କାରିଥିଲା । କାରଣ ପ୍ରେମିକ ପାଇଁ ପ୍ରେମିକା ମୁସ୍କାନ ନିଜର ସ୍ୱାମୀ ସୈାରଭଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଡ୍ରମରେ ପ୍ୟାକ କରିଦେଇଥିଲା । ପରେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବି ନୀଳ ଡ୍ରମକୁ ନେଇ ଭାରି ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ବି ଏ ନୀଳ ଡ୍ରମ ଚର୍ଚ୍ଚା ଥମିନି । ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମିମ୍ସ ବି ପ୍ରସ୍ତୁତ ହେଉଛି । ଅନେକ ସ୍ଥାନରେ ଡ୍ରମ ବ୍ୟବସାୟୀ ମାନ୍ଦାରେ ପଡିଥିବା ଖବର ସାମ୍ନାକୁ ଆସିଛି ।
ତେବେ ବର୍ତ୍ତମାନ ନୀଳ ଡ୍ରମ ଟ୍ରେଣ୍ଟକୁ ନଜରରେ ରଖି ଗୋଟିଏ ବିବାହ ସମାରୋହରେ ବରର ସାଙ୍ଗମାନେ ବର ଏବଂ ବଧୂଙ୍କୁ ବ୍ଲୁ ଡ୍ରମ୍ ଉପହାର ଦେଇଥିଲେ । ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଘଟଣାଟି ଉତ୍ତରପ୍ରଦେଶର ହମୀରପୁରର ବୋଲି ଜଣାପଡ଼ିଛି । ଯେଉଁଠି ବରବଧୂଙ୍କୁ ବର ସାଙ୍ଗମାନେ ବ୍ଲୁ ଡ୍ରମ୍ ଉପହାର ସ୍ବରୂପ ଦେଇଛନ୍ତି । ଖାଲି ଏତିକି ନୁହଁ ଡ୍ରମ୍ ଦେବା ସମୟରେ ବନ୍ଧୁମାନେ କହିଥିଲେ ଯେ ‘ଭାଉଜ ନିଅ ଉପହାର ଭବିଷ୍ୟତରେ କାମ ଦେବ ।’
ତେବେ ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ଦେଖି ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କିଏ କହୁଛନ୍ତି ‘ହତ୍ୟା ଘଟଣାକୁ ମଜା କରିସାରିଲେଣି ।’ ଆଉ କିଏ କହୁଛନ୍ତି , ‘ଏମିତିକା ସାଙ୍ଗ ଭଗବାନ କାହାକୁ ନ ଦିଅନ୍ତୁ ।’