ଲଗାଣ ବର୍ଷାରେ ବୁଡିଲା ବ୍ରିଜ ଯୋଗାଯୋଗ ବିଚ୍ଛିନ୍ନ

0

ମାଲକାନଗିରି : ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁଣି ବେହାଲ ହୋଇଛି ମାଲକାନଗିରି ଜିଲ୍ଲା। ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କାଲିମେଳା ବ୍ଲକ ଏମ୍ଭି-୯୬ ପୋଲ ବନ୍ୟାଜଳରେ ସଂପୂର୍ଣ୍ଣ ବୁଡ଼ିଯାଇଛି। ସେହିପରି ଏମ୍ଭି-୯୦ ପୋଲରେ ଦୁଇ ଫୁଟ୍ ଉଚ୍ଚରେ ବନ୍ୟାଜଳ ଚାଲିଛି। ତେଣୁ ଓଡ଼ିଶାରୁ ତେଲେଙ୍ଗାନା ଏବଂ ଆନ୍ଧ୍ରକୁ ଯୋଗାଯୋଗ ଠପ୍ ହୋଇଯାଇଥିବାବେଳେ କାଲିମେଳା ଠାରୁ ମୋଟୁ ୩୨୬ନମ୍ବର ଜାତୀୟ ରାଜପଥ ଯୋଗାଯୋଗ ବିଚ୍ଛିନ୍ନ ଉଭୟକୁଳରେ ଯାନବାହନ ଅଟକି ରହିଥିବା ବେଳେ କୌଣସି ଅଘଟଣ ଯେପରି ନ ଘଟେ ସେଥିପାଇଁ , ଏମ. ଭି – ୭୯ପୋଲିସ ମୁତୟନ ହେଇ ଥିବା ଦେଖିବା ପାଇଁ ମିଳିଛି । ଏବେ ବି ପାଣି ଘେରରେ ଲୋକେ ରହିଛନ୍ତି ।
ସୂଚନାନୁଯାୟୀ , ଅନ୍ୟପକ୍ଷରେ ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର – ପଶ୍ଚି ମ ବଙ୍ଗୋପସଗର ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡିଶା- ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ରହିଛି । ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାରୁ ଆହୁରି ବଢିବ ବର୍ଷା ପରିମାଣ । ଜଳସ୍ତର ହ୍ରାସ ନପାଇବା ପର୍ୟ୍ୟନ୍ତ ଯାତାୟାତ ବନ୍ଦ ରହିବା ସହ ଦକ୍ଷିଣ ଭାରତ ସହ ଓଡ଼ିଶାକୁ ଉଭୟ ପୋଲ ଯୋଡ଼ୁଥିବାରୁ ଶହ ଶହ ସଂଖ୍ୟାରେ ଯାତ୍ରୀବାହୀ ବସ୍, ମାଲବାହୀ ଟ୍ରକ୍, କାର, ବାଇକ୍ ରାସ୍ତାରେ ଉଭୟ ପାର୍ଶ୍ବରେ ଅଟକି ରହିଛନ୍ତି। ଏପରିକି ସ୍କୁଲ ତଥା କଲେଜ ଛାତ୍ରଛାତ୍ରୀ ମଧ୍ୟ ଫସି ଯାଇଛନ୍ତି।