ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ପାପୀମାନଙ୍କ ସଂଖ୍ୟ ବଢିଥାଏ ପ୍ରଭୁ ସ୍ୱୟଂ ଧରାପୃଷ୍ଠରେ ଅବତରଣ କରନ୍ତି । ଦ୍ୱାପରେ ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ଶ୍ରୀକୃଷ୍ଣଙ୍କ ରୂପରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ଭାବେ ପାଳନ କରନ୍ତି। ସମଗ୍ର ଭାରତ ସହିତ ଓଡ଼ିଶାର ପୁରପଲ୍ଲୀରେ ଏହା ମହାସମାରୋହରେ ପାଳିତ ହୁଏ।ହିନ୍ଦୁ ଧର୍ମ ଅନୁସାରେ ଜନ୍ମାଷ୍ଟମୀର ବେଶ ମହତ୍ୱ ରହିଛି । ଜନ୍ମାଷ୍ଟମୀ ଦିନ ଘରକୁ ଆଣନ୍ତୁ ଏହି ଜିନିଷ ।
*ଜନ୍ମାଷ୍ଟମୀ ଦିନ କାମଧେନୁଙ୍କ ଫଟୋ କିମ୍ବା ମୂର୍ତ୍ତି ଘରକୁ ଆଣିବା ଦ୍ବାରା ବ୍ୟବସାୟରେ ଉନ୍ନତି ଆସିଥାଏ। କାମଧେନୁଙ୍କ ମୂର୍ତ୍ତି ଟଙ୍କା ଆଲମାରୀ ପାଖରେ ରଖିପାରିବେ।
*ଶ୍ରୀକୃଷ୍ଣଙ୍କ ପ୍ରିୟ ବଇଁଶୀ ମଧ୍ୟ ଏହିଦିନ ଘରକୁ ଆଣିପାରିବେ। ଯେଉଁ ଘରେ ବଇଁଶୀ ଥାଏ, ସେଠାରେ କେବେ ବି ଧନ ଓ ସ୍ନେହଶ୍ରଦ୍ଧାର ଅଭାବ ଦେଖାଯାଏ ନାହିଁ ବୋଲି କୁହାଯାଏ ।
*ନିଃସନ୍ତାନ ଦମ୍ପତିମାନେ ଜନ୍ମାଷ୍ଟମୀରେ ବାଳଗୋପାଳଙ୍କ ଫଟୋ ଆଣି କାନ୍ଥରେ ଲଗାନ୍ତୁ। ଏହାଦ୍ବାରା ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
*ଜନ୍ମାଷ୍ଟମୀ ଦିନ ଘରକୁ ଗଙ୍ଗାଜଳ ଆଣିବା ଶୁଭ ବୋଲି କୁହାଯାଏ। ଗଙ୍ଗାଜଳ ଦ୍ବାରା ଘରର ନକାରାତ୍ମକ ଶକ୍ତି ହ୍ରାସ ହୁଏ ଏବଂ ସୁଖସମୃଦ୍ଧି ବୃଦ୍ଧି ହୁଏ।
*ଜନ୍ମାଷ୍ଟମୀ ଦିନ ଘରକୁ ଚନ୍ଦନକାଠ ଆଣିବା ବା ଚନ୍ଦନ ତିଳକ କରିବା ଶୁଭ ହୋଇଥାଏ।
*ଜନ୍ମାଷ୍ଟମୀ ଦିନ ଘରକୁ ମହୁ ଆଣନ୍ତୁ। ଏହାଦ୍ବାରା ଅନେକ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଦେବବେଦୀଙ୍କୁ ମହୁରେ ପଞ୍ଚାମୃତ ପ୍ରସ୍ତୁତ କରି ଭୋଗ ଲଗାଇବା ଉତ୍ତମ ହୋଇଥାଏ।