ଭୁୁବନେଶ୍ୱର – ବ୍ରିଟେନରୁ ଓଡିଶାକୁ ଫେରିଥିବା ୧୮୪ଜଣଙ୍କ ମଧ୍ୟରୁ ୭ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ୭ ଜଣଙ୍କ ମଧ୍ୟରେ କୋଭିଡ ଭାଇରର ନୂଆ ଷ୍ଟ୍ରେନ ଲକ୍ଷଣ ମିଳିନାହିଁ ବୋଲି ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି ।ପଜିଟିଭ ରିପୋର୍ଟ ଥିବା ବ୍ୟକ୍ତିଙ୍କର ଟେଷ୍ଟ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ପୁନେରୁ ଆସିନାହିଁ ବୋଲି ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମ ସମ୍ମଖରେ ସୂଚନା ଦେଇଛନ୍ତି ।