ଏଟିଏମ୍ ଭାଙ୍ଗି ୭ଲକ୍ଷ ଲୁଟି ନେଲେ ଦୁବୃର୍ତ୍ତ

0

ପାଟଣାଗଡ (ଜଗନ୍ନାଥ ଧରୁଆ) : ଏଟିଏମ୍ ଭାଙ୍ଗି ୭ ଲକ୍ଷ ଲୁଟି ନେଲେ ଦୁବୃର୍ତ୍ତ ।  ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ଏହି ଏଟିଏମଟି ପାଟଣଗଡ ଥାନା ୪୨ ନମ୍ବର ରାଜ୍ୟ ରାଜପଥରୁ ମାତ୍ର ୮ କିଲୋମିଟର ଦୂରତାରେ ଥିବା ସରମୁହାନ ବସଷ୍ଟାଣ୍ଡ ପାଖରେ ରହିଛି । ଗତକାଲି ରାତି ସମୟରେ ଦୁବୃର୍ତ୍ତ ମାନେ ଏସବିଆଇ ଏଟିଏମରୁ ୭ ଲକ୍ଷରୁ ଉର୍ଦ୍ଧ ଟଙ୍କା ଚୋରାଇ ନେଇଥିବା ଜଣା ପଡିଛି । ପୁଲିସ ଖଵର ପାଇବା ମାତ୍ରେ ସେଠାରେ ଛାନଭିନ ଜାରିରଖିଛି ଥିବା ବେଲେ ,ଏଟିଏମକୁ ମଧ୍ଯ ବନ୍ଧ ରଖିଛି । ଏ ଯାଏ ପୁଲିସର  କିଛି ପ୍ରତିକ୍ରିୟା ମିଲି ପାରି ନାହିଁ।