ଏସସିବିରୁ ପୁଣି ଗିରଫ ହେଲେ ଦଲାଲ

0

କଟକ/ ଜଗନ୍ନାଥ ମହାନ୍ତି: ବାଡ଼ ଖାଉଛି ଫସଲ। ଯେଉଁ ମାନେ ରୋଗୀ ସେବାରେ ନିୟୋଜିତ ସେହିମାନେ ହିଁ ରୋଗୀ ଶୋଷଣର ମୁଖ୍ୟ କାର୍ପଟଦାର। ଏମିତି ୩ ଜଣଙ୍କୁ ଏସସିବିରୁ ଗିରଫ କରାଯାଇଛି। ସମସ୍ତେ ମେଡିକାଲର ୪ର୍ଥ ଶ୍ରେଣୀ ଠିକା କର୍ମଚାରୀ। ଏସସିବି ମେଡିକାଲରେ କାର୍ୟ୍ୟରତ ଠିକା ସଂସ୍ଥା ମଞ୍ଜୁ ସର୍ଭିସେସର ଆଟେଣ୍ଡାଣ୍ମାନେ ପାଲଟିଛନ୍ତି ବେସରକାରୀ ହସ୍ପିଟାଲଗୁଡିକର ଏଜେଣ୍ଟ। ଗୋଟିଏ ରୋଗୀ ପିଛା ପାଉଛନ୍ତି ହଜାର ହଜାର ଟଙ୍କା କମିଶନ। ଲାଞ୍ଚ ଦେଇ ଠିକା ସଂସ୍ଥାରେ ରହି ବେଧଡକ ଚଲାଇଛନ୍ତି ଦଲାଲ ରାଜ। ମେଡିକାଲର କାଜୁଆଲିଟି ପାଲଟିଛି ଏମାନଙ୍କ ଚରାଭୂଇଁ। କାଜୁଆଲିଟି ଆଗରେ ଲାଗିଥିବା ଗଣ୍ଡାଗଣ୍ଡା ସିସିଟିଭି ଆଖିରେ ଆଙ୍ଗୁଳି ଗେଞ୍ଜି ପ୍ରତିଦିନ ମେଡ଼ିକାଲକୁ ବଦନାମ କରିବାରେ ସାଜିଛନ୍ତି ମୁଖ୍ୟ ପୁରୋଧା। ମେଡିକାଲ କର୍ତ୍ତୃପକ୍ଷ ସବୁ ଦେଖି କିନ୍ତୁ ଅନ୍ଧ ଧୃତରାଷ୍ଟ୍ର ସାଜିଛନ୍ତି।