କଟକ; ଲୋକାର୍ପିତ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି । କଟକରେ ଏହି ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି । କଟକର ବେଲଭ୍ୟୁ ଛକରେ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଲୋକାର୍ପଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ଏମପି ଭର୍ତ୍ତୃହରି ମହତାବ , ବାଙ୍କୀ ବିଧାୟକଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ । ତେବେ ଭାରତରତ୍ନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି. ଅଟଳ ବିହାରୀ ବାଜପେୟୀ ଜଣେ ଭାରତର ଉଚ୍ଚତମ ତଥା ସର୍ବଶ୍ରେଷ୍ଠ ନେତା ଥିଲେ ।
ଭାରତକୁ ଶକ୍ତିଶାଳୀ ଏବଂ ଉନ୍ନତ କରିବା ଦିଗରେ ସେ ଅତୁଳନୀୟ ଅବଦାନ ରଖିଥିଲେ।ଓଡିଶା ପାଇଁ ତାଙ୍କର ଏକ ସ୍ୱତନ୍ତ୍ର କୋଣ ମଧ୍ୟ ଥିଲା। ଓଡ଼ିଶା ସରକାରଙ୍କୁ ପ୍ରଶଂସା କରନ୍ତୁ ଏହି ପଦକ୍ଷେପ ପାଇଁ । ସିଏମ୍ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଲୋକାର୍ପିତ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ।
ଓଡିଶା ଏବଂ ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସବୁବେଳେ ଦେଶ ମନେ ରଖିବ । ସେପଟେ ଶିଳ୍ପୀ ସଞ୍ଜିବ ବିଶ୍ୱାଳଙ୍କ ତତ୍ତ୍ୱାବଧନାରେ ପ୍ରସିଦ୍ଧ ଭାସ୍କର୍ୟ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ କାରଖାନାରେ ତିଆରି କରିଥିଲେ । ପ୍ରାୟ ୧୧କିଲୋ ବ୍ରୋଞ୍ଜ୍ ବ୍ୟବହାର କରାଯାଇ ୧୦ ଫୁଟ୍ର ସ୍ୱତନ୍ତ୍ର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।
କାରଖାନାରେ ପୁଅ ଶ୍ରୀକାନ୍ତ ରଣାଙ୍କ ସମେତ ସମୁଦାୟ ୨୨ଜଣ କାରିଗର ମୂର୍ତ୍ତି ନିର୍ମାଣରେ ସାମିଲ ହୋଇଥିଲେ ।କଟକ ସହରରେ ପ୍ରଥମ ଥର ପାଇଁ ଶୋଭାପାଇବ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି।