(ଅଜିତ୍ ସାହୁ/ଜଳେଶ୍ୱର): ଜଳେଶ୍ୱରରେ ପୁଣି ଧଳା ଜହର କାରବାର । ଏସଟିଏଫ୍ ପଞ୍ଝାରେ ଜଳେଶ୍ୱରର ଡ୍ରଗ୍ସ ମାଫିଆ ଧରାପଡିଛି । ସୁଚନା ଅନୁସାରେ ଆଜି ସକାଳୁ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜଳେଶ୍ୱର ଶେଖବାଡ଼ ଅଞ୍ଚଳରେ ଚଢ଼ାଉ କରିଥିଲା । ଛଢ଼ାଉ ବେଳେ ୮୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏଥିସହିତ କାରବାରରେ ସମ୍ପୃକ୍ତ ଥିବା ଜଣେ ମାଫିଆକୁ ଏସଟିଏଫ ଗିରଫ କରିଛି । ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।