ଭୁବନେଶ୍ୱର ପଟିଆ ବିଗ୍ ବଜାର ଛକରୁ ୬୦ ଗ୍ରାମ ବ୍ରାଉନ ସୁଗର ଜବତ

0

(ଆଦର୍ଶ ରାଉତ/ଭୁବନେଶ୍ୱର) : ଭୁବନେଶ୍ୱର ସ୍ଥିତ ପଟିଆ ବିଗ୍ ବଜାର ଛକରୁ ୬୦ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଚଢ଼ଉ କରି ଏହି ବ୍ରାଉନ ସୁଗର ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣେ ବିଟେକ୍ ଛାତ୍ର। ତାଙ୍କ ଘର ଜଗତସିଂହପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢନ୍ତି।
ପଟିଆ ଅଞ୍ଚଳରେ କେତେଜଣ କଲେଜ ଛାତ୍ର ବ୍ରାଉନ ସୁଗର ବିକ୍ରି କରୁଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି କଟକ ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଚଢ଼ଉ କରିଥିଲା। ଧରା ପଡ଼ିବା ସମୟରେ ଛାତ୍ର ଜଣଙ୍କ ବାଇକ୍ରେ ବ୍ରାଉନ୍ସୁଗର ରଖି ବିକ୍ରି କରୁଥିଲା। ଅବକାରୀ ବିଭାଗ ତାକୁ କାବୁ କରିନେଇଥିଲା।