ଦେଢ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଏକ ବ୍ରାଉନସୁଗାର ରାକେଟର ପର୍ଦ୍ଦାଫାଶ କରିଛି ବାଲେଶ୍ୱର ସହଦେବଖୁଣ୍ଟା ପୋଲିସ । ଗତକାଲି ସଂଧ୍ୟାରେ ପୁଲିସ ଚଢାଉରେ ଦେଢ କିଲୋ ଓଜନର ବ୍ରାଉନସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧.୫ କୋଟି ଟଙ୍କା ହେବ ।
ସୂଚନା ଅନୁଯାୟୀ, ସହଦେବଖୁଣ୍ଟା ପୁଲିସକୁ ଜଳେଶ୍ବରରୁ ଖୋର୍ଦ୍ଧାକୁ ବିପୁଳ ପରିମାଣଣ ବ୍ରାଉନ ସୁଗାର ଚାଲାଣ ହେଊଥିବା ଖବର ମିଳିଥିଲା । ଏଥିନେଇ ସହଦେବଖୁଣ୍ଟା ଅଧୀନ ନୂଆବଜାରରେ ପୋଲିସ ଛାପା ମାରିଥିଲା। ଏହି ଛାପାମାରରେ ପୋଲିସ ଦେଢ କିଲୋ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ବେଳେ ଅନ୍ୟ ୨ଜଣ ଖସି ପଳାଇଥିଲେ । ସେମାନଙ୍କୁ ଜଳେଶ୍ୱର ପୁଲିସ ଜଳେଶ୍ୱରରୁ ଗିରଫ କରିଛି । ସେମାନଙ୍କ ନିକଟରୁ ୯ଲକ୍ଷ ୪୩ହଜାର ନଗଦ ଟଙ୍କା ପୋଲିସ ଜବତ କରିଛି । ଗୋଟିଏ ବାଇକ୍ ମଧ୍ୟ ଜବତ କରିଛି। ଅଭିଯୁକ୍ତ ୨ ଯୁବକ ହେଉଛନ୍ତି ଜଳେଶ୍ୱର ଥାନା ଅଧୀନ ରାଜପୁର ଗ୍ରାମର ସେଖ ହାଇଦର ଅଲ୍ଲି ଓ ବାଲିଆପାଳ ଥାନା ଅଧୀନ ମନୋଜ କୁମାର ସାହୁ। ସେପଟେ ବାଲେଶ୍ୱରରେ ଅଟକ ଥିବା ଯୁବକର ଘର ଅଡ଼ର ବଜାର ବୋଲି ସୂଚନା ରହିଛି।