୧୯ ଗ୍ରାମ ବ୍ରାଉନ ସୁଗାର ଜବତ

0

(ପ୍ରଶାନ୍ତ କୁମାର ସ୍ବାଇଁ) ପାରାଦ୍ବୀପ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ନିକଟସ୍ଥ ଜନାପାଳ ଠାରେ ଦୁଇ ଜଣ ଯୁବକ ବ୍ରାଉନ ସୁଗାର ବିକ୍ରି କରୁଥିବାର ପୋଲିସ ସୂଚନାପାଇଁ ଦୁଇ ଜଣ ଯୁବକ ଙ୍କୁ ଗିରଫ କରିଛି। ଏହି ସମୟରେ ସାଧା ପୋଷାକରେ ପୋଲିସ ସେଠାରେ ପହଞ୍ଚି ସେମାନଙ୍କ ନିକଟରରୁ ପ୍ରାୟ ୧୯ ଗ୍ରାମ ବ୍ରାଉନ ସୁଗାର ସହ ଗୋଟିଏ ଆପାଚି ମୋଟର ସାଇକେଲ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ନବେ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ଦୁଇ ଯୁବକ ହେଲେ କୁଜଙ୍ଗ ଥାନା ଅଞ୍ଚଳର ସୂଦୀପ୍ତ ପ୍ରଧାନ ଓ ବିଜୟ ମଲ୍ଲିକ। ତେବେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।