ବ୍ରାଉନସୁଗାର ଜବତ,୧ଗିରଫ

0

( ଶେଖ୍ ଅର୍ଶଦ୍ ଉଲ୍ ହକ୍ ) ଖୋର୍ଦ୍ଧା: ବ୍ରାଉନସୁଗାର କାରବାର କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଖୋର୍ଦ୍ଧା -ବାଜପୁର ରାସ୍ତା ନିକଟ ସତସଙ୍ଗ ବିହାରରୁ ଅଭିଯୁକ୍ତ ମାନୁଲି ବେହେରା ଓରଫ ମାନୁ ( ୨୦ )କୁ ଗିରଫ କରି ତା ନିକଟରୁ ୧୩ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ହେବ । ଅଭିଯୁକ୍ତ ମାନୁଲି ବେହେରା ନାମେରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଏକ ଏନ.ଡ଼ି.ପି.ଏସ୍, ପି.ଆର. ନମ୍ବର ୩୩ / ୨୦୧୯-୨୦ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାମୁଲିକୁ ଅତିରିକ୍ତ ଜିଲ୍ଲା ଦୌରାଜଜ ଅଦାଲତରେ ହାଜର କରାଯାଇଥିଲା । ସେଠାରେ ତାର ଜାମିନ ନାମାଞ୍ଜୁର ହେବାରୁ ତାକୁ ବିଚାର ବିଭାଗ ଅଦାଲତକୁ ପଠାଇ ଦିଆଯାଇଛି ।