(ଆଦର୍ଶ ରାଉତ)ଭୁବନେଶ୍ୱର: ପୁଣି ଜଟଣୀ ଅଞ୍ଚଳରୁ ଜଣେ ବ୍ରାଉନସୁଗାର ବେପାରୀକ ଗିରଫ କରିଛି କମିଶନରେଟ ପୋଲିସ । ମଙ୍ଗଳବାର ସନ୍ଧ୍ୟାରେ କ୍ୟୁଏଟି ଓ ଜଟଣୀ ପୋଲିସ ମିଳିତ ଚଢାଉ କରି ଖୁଡ଼ୁପୁରୁ ଛକ ନିକଟରୁ ବଳରାମ ସାହୁ ନାମକ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି । ସେ ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ସବୁଲିଆର ଗ୍ରାମର ବୋଲି ସୂଚନା ମିଳିଛି । ତା ନିକଟରୁ ୪୦ଗ୍ରାମ ବ୍ରାଉନସୁଗାର,ଏକ ଲକ୍ଷ ଦଶ ହଜାର ଟଙ୍କା, ଏକ ମାରୁତି ସୁଜକି ଡ଼ିଜାୟାର କାର(ଓଡ଼ି-୦୫ଜେଡ଼-୬୮୦୨)ଓ ୨ଟି ମୋବାଇଲ ଫୋନ ଜବତ କରାଯାଇଛି । ଜଟଣୀ ପୋଲିସ କେସ ନଂ ୫୨୦ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଏସ ଆଇ ବିମଳାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି ।