ଆଜିଠୁ ଆରମ୍ଭ ବଜେଟ ଅଧିବେଶନ : ରାଷ୍ଟ୍ରପତିଙ୍କ ବୈଠକ ବର୍ଜନ କରିବେ BRS ଓ AAP

0

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଂସଦର ମିଳିତ ବୈଠକକୁ ସମ୍ବୋଧିତ କରିବେ।

ଯାହା ସୂଚନା ମିଳୁଛି ଯେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଭାରତ ରାଷ୍ଟ୍ର ସମିତି ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରପତିଙ୍କ ବୈଠକ ବର୍ଜନ କରିବେ । କେନ୍ଦ୍ର ସରକାରଙ୍କ ପ୍ରତିବାଦରେ ଉଭୟ ଦଳ ରାଷ୍ଟ୍ରପତିଙ୍କ ଭାଷଣକୁ ବୈଠକ ବର୍ଜନ କରିବାକୁ ଘୋଷଣା କରିଛନ୍ତି।