୫୦ବର୍ଷରୁ ଊଦ୍ଧ୍ୱର୍ ଫଳଖାଇ ବଂଚିଲେ ବୃଦ୍ଧା

0

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲା ଓଡିଶା ସିମାନ୍ତ ଜାମଦା ବ୍ଲକର ମାନବୀର ଗାଁ ବଡସାହିରେ ଜଣେ ୮୭ ବର୍ଷିୟା ଆଦିବାସୀ ବୃଦ୍ଧା ଅଛନ୍ତି । ଯେହେକି ଦୀର୍ଘ ୫୦ବର୍ଷ ଧରି ଅନ୍ନ ନଖାଇ ବଞ୍ôଚଛନ୍ତି । ବୃଦ୍ଧା ମହିଳା ହେଲେ ଫୁଲମଣି ବାଗେ(୮୭) ।
ସୂଚନାଥାଉ କି, ଫୁଲମଣି ଦୀର୍ଘ ୫୦ବର୍ଷ ହେବ ବିନା ଅନ୍ନରେ କଞ୍ଚା କ୍ଷୀର ଓ ବଣର ଫଳମୂଳ ଆହାର କରି ବଞ୍ôଚଛନ୍ତି । ଫୁଲବଣି ସିଜିନ ଅନୁସାରେ ଯେଉଁ ଫଳ ଯଥା- ଆମ୍ବ, ତେନ୍ତୁଳି, ପଣସ, କୁସୁମ, କୋଳି, ପିଜୁଳି ଯେଉଁ ସମୟରେ ଯାହା ଫଳ ମିଳେ ତାହ ଭକ୍ଷଣ କରନ୍ତି । ସେ ଦିନରେ ୨ଥର ଫଳ ଆହରଣ କରନ୍ତି । ଏହାପରେ ନିଜ ଖପରା ଘରେ ଶିବ, ଦୁର୍ଗା ମାଆକୁ ରଖି ପୂଜାର୍ଚନା କରନ୍ତି । ତମାମ ,ଭଜନ, କୀର୍ତ୍ତନ, ଠାକୁର ପୂଜାରେ ମଜ୍ଜିଥାନ୍ତି । ତାଙ୍କର ଏହି ଧାର୍ମିକ କାର୍ୟ୍ୟ ଦେଖି ବହୁ ଧର୍ମ ବିଶ୍ୱାସୀ ଲୋକେ ସେଠାକୁ ଯାଇ ତାଙ୍କ ଭଙ୍ଗା ମନ୍ଦିରକୁ ଯାଇ ପୂଜାର୍ଚନା କରନ୍ତି । ଫୁଲମାତା ଦେବୀ ଭକ୍ତମାନଙ୍କର ମନସ୍କାମନା ପୂରଣ ପାଇଁ ନିଜର ଆରାଧ୍ୟ ଠାକୁରଙ୍କ ପାଖରେ ପୂଜାର୍ଚନା କରନ୍ତି । ଫୁଲମାତା ଚତୁର୍ଥ ଶ୍ରେଣି ପାଠ ପଢିଛନ୍ତି । ହେଲେ ତାଙ୍କ ମୁଖରେ ବହୁ ଭଜନ, ପୂରାଣ ମୁହଁରେ ଅନର୍ଗଳ ନିର୍ଭୁଲ କୁହନ୍ତି । ତାଙ୍କର ସେହି ଭଙ୍ଗା ମଠକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ପୂର୍ବତନ ଉପବାଚଷ୍ପତି ସାନନ୍ଦ ମାରାଣ୍ଡି ମଧ୍ୟ ପାଦ ଦେଇଛନ୍ତି। ସେହି ପୂଜାସ୍ଥଳୀ ଏବଂ ସେହି ଜାଗାଟିକୁ ଦାନ କରିଦେବେ । ସେଠାରେ ତାଙ୍କର ଆରାଧ୍ୟ ଦେବତା ଶିବ ବାବା ମନ୍ଦିର ଏଵଂ ଦୁର୍ଗାମନ୍ଦିର ଗୋଟାଏ ନିର୍ମାଣ ହେଉ । ଲୋକେ ଆସି ପୂଜାର୍ଚନା କରନ୍ତୁ । ଏହାଏକ ଆଧ୍ୟାତ୍ମିକ ପୀଠସ୍ଥଳୀ ହେଉ ବୋଲି ଦୁଖର ସହ କହିଥିଲେ ।