ଗୋପ/ ଜୟନ୍ତ କୁମାର ସେଠୀ: ଟାଉନ ଥାନା ପରିସରରେ ଆଜି ଏକ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସ୍ପି କେ ଵିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥାନା ପଛ ପାର୍ଶ୍ୱରେ ଥିବା ପଡିଆରେ ବୃକ୍ଷ ରୋପଣ କରିଥିଲେ । ବୃକ୍ଷ ରୋପଣ ଦ୍ୱାରା ପରିବେଶ ସନ୍ତୁଳନ ରହିବା ସହ ବାତାବରଣ ମଧ୍ୟ ଉତ୍ତମ ରହିବ ବୋଲି କହିଛନ୍ତି ପୁରୀ ଏସ୍ପି । ତେବେ ସଭିଏଁ ନିଜ ନିଜ ଅଞ୍ଚଳରେ ବୃକ୍ଷ ଲଗାଇବାକୁ ସେ ଆହ୍ୱାନ ଦେଇଛନ୍ତି । ଏଥିସହ ଜନ ସାଧାରଣଙ୍କ ମତାମତ ନିଆଯାଇ ଲୋକମାନଙ୍କୁ କିଭଳି ସୁବିଧା ଯୋଗାଇ ହେବ ସେନେଇ କାର୍ୟ୍ୟ କରାଯାଉଥିବା ବେଳେ ଆମ ପୋଲିସ ବୈଠକରେ ସମସ୍ଥ ସମସ୍ୟାର ସମାଧାନ କରାଯାଉଥିବା ସହ ଆଗକୁ ମଧ୍ୟ ଏହା ଜାରି ରହିବ । ତେବେ ଆଗକୁ ଜନସାଧାରଣଙ୍କ ଉଦ୍ୟେଶ୍ୟରେ ଅନେକ ଜନ ହିତକର କାର୍ୟ୍ୟ କରାଯିବ ବୋଲି ଏହି ଅବସରରେ ଏସ୍ପି ଶ୍ରୀ ସିଂ ସୂଚନା ଦେଇଛନ୍ତି ।