ବିଏସ-୪ ପ୍ରଦୂଷଣ ମାନକ ଯୁକ୍ତ ଗାଡି ବୈଧ ସମୟ ଯାଏ ଚାଲିବ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅଟୋମୋବାଇଲ ଉଦ୍ୟୋଗ ଏବେ ମାନ୍ଦାବସ୍ଥା ଦେଇ ଗତିକରୁଛି । ଫଳରେ ଅଟୋମାବାଇଲ ସମ୍ବନ୍ଧିତ ବିଭିନ୍ନ କମ୍ପାନୀ ଲକ୍ଷ ଲକ୍ଷ କର୍ମଚାରୀ ଛାଟେଇ କରିଛନ୍ତି । ଆଗକୁ ଏହି ପ୍ରକ୍ରିୟା ଜାରି ରହିବ । ଏହାକୁ ନେଇ ସରକାରର ଚିନ୍ତା ବଢିଯାଇଛି । ଏହାର ସୁଧାରକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରାଳୟ ପକ୍ଷରୁ ଆଜି ଏକ ଘୋଷଣା ହୋଇଛି । ୨୦୨୦ ମାର୍ଚ୍ଚ ମଧ୍ୟରେ କିଣାଯାଇଥିବା ବିଏସ-୪ ପ୍ରଦୂଷଣ ମାନକ ଯୁକ୍ତ ଗାଡ଼ିଗୁଡ଼ିକ ନିଜର ସମୁଦାୟ ରେଜିଷ୍ଟ୍ରେସନ ବୈଧତା ସମୟ ପର୍ୟ୍ୟନ୍ତ ଚାଲିପାରିବ । ଦେଶରେ ୨୦୨୦ ଏପ୍ରିଲ ଠାରୁ ବିଏସ-୬ ମାନକ ବିଶିଷ୍ଟ ଗାଡ଼ି ପ୍ରଚଳନ ହେବ ।