ପାକିସ୍ତାନର ସିଆଲକୋଟରେ ଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ବିଏସଏଫ୍ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି

0

ଇସଲାମବାଦ-: ପାକିସ୍ତାନ ସହିତ ଜାରି ଉତ୍ତେଜନା ମଧ୍ୟରେ, ଭାରତୀୟ ସେନା ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପାକିସ୍ତାନର ସିଆଲକୋଟରେ ଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ବିଏସଏଫ୍ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି । ଯେତେବେଳେ ପାକିସ୍ତାନୀ ସେନା ଜମ୍ମୁ-କଶ୍ମୀର ଏବଂ ପଞ୍ଜାବର ଅନେକ ସହରରେ ଡ୍ରୋନ ଆକ୍ରମଣ କରିବାକୁ ଘୃଣ୍ୟ ପ୍ରୟାସ କରୁଥିଲା। ଭାରତୀୟ ସେନା ଆତଙ୍କବାଦୀ ଲଞ୍ଚପ୍ୟାଡ ଉପରେ ଏକ ସମ୍ଭାବ୍ୟ ଆକ୍ରମଣ କରିଥିଲା । ଯାହାର ଏକ ଭିଡିଓ ବିଏସଏଫ ଦ୍ୱାରା ସୋସିଆଲ ମିଡ଼ିଆରେ ଜାରି କରିଛି ।

ବିଏସଏଫ୍ ପକ୍ଷରୁ ଏହି ପୋଷ୍ଟରେ ଲେଖାଯାଇଛି ଯେ ମେ ୮ ତାରିଖ ରାତି ପ୍ରାୟ ୧୧ ସମୟରେ, ଆମେ ଜମ୍ମୁ ଏବଂ କଶ୍ମୀରର ସାମ୍ବା ଜିଲ୍ଲାରେ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଥିଲୁ । ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ ଆତଙ୍କବାଦୀ ଲଞ୍ଚପ୍ୟାଡ ଅତୀତରେ ଭାରତୀୟ ନାଗରିକ ଏବଂ ସୁରକ୍ଷା ବାହିନୀ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଏବଂ କାର୍ଯ୍ୟକାରୀ କରିବାର କେନ୍ଦ୍ର ହୋଇଆସିଛି। ଭାରତୀୟ ସେନାର ଦ୍ରୁତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଆତଙ୍କବାଦୀ ଭିତ୍ତିଭୂମି ଏବଂ କ୍ଷମତାକୁ ଏକ ବଡ଼ ଆଘାତ ଦେଇଛି।