(ଅନୁସ୍ୱୟା)ଭୁବନେଶ୍ୱର: ଶ୍ରାବଣ ମାସ ଚାଲିଥିବାରୁ କାଉଡ଼ିଆ ମାନେ ପାଣି ଭାର ନେଇ ସମସ୍ତ ଶିବାଳୟକୁ ଯାଉଛନ୍ତି । ପାଣିଭାର ନେଇ ଆଘାତ ହୋଇଥିବା କାଉଡ଼ିଆ ଓ ଜନ ସାଧାରଣଙ୍କ ଚିକିତ୍ସା କରିବାରେ ଆଗେଇ ଆସିଛନ୍ତି ବିଏସଏଫ ଯବାନ।
ଗୁପ୍ତେଶ୍ୱର ପୀଠରେ ଜଳାଭିଷେକ ପାଇଁ ଦୂରଦୂରାନ୍ତରୁ ଆସିଥିବା କାଉଡ଼ିଆମାନଙ୍କ ସେବା କରୁଛନ୍ତି ବିଏସଏଫ ଯବାନ। ରାସ୍ତାରେ ତମ୍ବୁ ଟାଣି ଥକି ପଡ଼ିଥିବା କାଉଡ଼ିଆମାନଙ୍କ ଗୋଡ଼ ମାଲିସ କରୁଥିବାର ଏହି ଚିତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ନିଜର ଡ୍ୟୁଟି କରିବା ସହ ବୋଲବମ୍ ଭକ୍ତଙ୍କ ସେବା କରିଛନ୍ତି ଏହି ଯବାନମାନେ। ଚିକିତ୍ସା ପରେ ସେମାନଙ୍କୁ ଚା’ ଓ ଥଣ୍ଡା ପାନୀୟ ଦେଇ ଯାତ୍ରା ସଫଳ ପାଇଁ ଶୁଭକାମନା ଜଣାଉଛନ୍ତି। ଜଙ୍ଗଲ ଭିତରେ ଏପରି ସୁବିଧା ପାଇ ବୋଲବମ୍ ଭକ୍ତମାନେ ଖୁବ୍ ଖୁସି ଅଛନ୍ତି।