ବିଏସଏନଏଲ ଠିକା କର୍ମଚାରୀ ସଂଘର ଧାରଣା

0

(ରିପୋର୍ଟସ ଟୁଡ଼େ / ହରପ୍ରସାଦ ବିଶୋଇ ): ଗତ ଦୁଇ ଦିନ ଧରି ଭାରତ ସଂଚାର ନିଗର ଲିମିଟେଡ଼ର କାର୍ଯ୍ୟାରତ ସାମୟିକ ଏବଂ ଠିକା କର୍ମଚାରୀ ମାନେ ବିଭିନ୍ନ ଦାବୀ ନେଇ ଭୁବନେଶ୍ୱର ରୂପାଲି ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ସେମାନଙ୍କ କହିବା ଅନୁଯାୟୀ କର୍ମଚାରୀଙ୍କ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଛି । କିନ୍ତୁ ଏହାକୁ ଘରୋଇ କରଣ କରିବାକୁ ଉଦ୍ୟମ ଚାଲିଛି । କର୍ମଚାରୀମାନେ ୬ ମାସ ହେବ ଦରମା ପାଇନଥିବା ବେଳେ କର୍ମଚାରୀଙ୍କୁ ଛଟେଇ କରାଯାଉଛି । ସମାନ କାମକୁ ସମାନ ଦରମା, ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଭଳି ବିଭିନ୍ନ ଦାବୀ ରହିଛି ବୋଲି ସଂଘର ସଭାପତି ସୁରେଶ ପ୍ରାଣିଗ୍ରାହୀ, ସଂପାଦକ ଗୀତାଞ୍ଜଳି ସ୍ୱାଇଁ ସୂଚନା ଦେଇଛନ୍ତି । ଏହି ଧାରଣାରେ ୪୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଛନ୍ତି ।